କାଠଗଡାରେ ଓକିଲ ! ହାଇକୋର୍ଟ ଲିଫ୍ଟରେ ମହିଳା ପୁଲିସ ଅଫିସରଙ୍କୁ ଅସଦାଚରଣ ଅଭିଯୋଗ

23

କନକ ବ୍ୟୁରୋ : ବଢ଼ିଲା ସରକାରୀ ଓଳିଲଙ୍କ ଅଡୁଆ । ହାଇକୋର୍ଟ କ୍ୟାମ୍ପସ ପରିସରରେ ମହିଳା ଇନ୍ସପେକ୍ଟରଙ୍କୁ ଅସଦାଚରଣ ଅଭିଯୋଗ ଘଟଣାର ତଦନ୍ତ ଆରମ୍ଭ କଲା ପୁଲିସ । ଦୁଇ ଜଣ ସରକାରୀ ଓକିିଲଙ୍କୁ ଚିହ୍ନଟ କରିଛି ଲାଲବାଗ୍ ଥାନା ପୁଲିସ । ତେବେ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ହାଇକୋର୍ଟ ବାର ଆସୋସିଏସନ୍ ।

ଆଜି ସଂଘର ସଦସ୍ୟଙ୍କ ଉପସ୍ଥିତିରେ ସିସିଟିଭି ଯାଂଚ୍ କରାଯାଇଛି । ଏଥିରେ ଅସଦାଚରଣ ହେଲା ଭଳି କୌଣସି ଦୃଶ୍ୟ କଏଦ ହୋଇନଥିବା ସଂଘ ପକ୍ଷରୁ କୁହାଯାଇଛି । ଉଦ୍ଦେଶ୍ୟମୂଳକ ଭାବରେ ଏଭଳି ଏକ ଅଭିଯୋଗ କରାଯାଇଥିବା ସଂଘ କହିଛି । ଏନେଇ ଆଡଭୋକେଟ୍ ଜେନେରାଲଙ୍କ ଦୃଷ୍ଟିଆକର୍ଷଣ କରାଯିବ ବୋଲି କୁହାଯାଇଛି । ସେହିପରି ଅଭିଯୋଗ ଭୁଲ ପ୍ରମାଣିତ ହେଲେ ଅଭିଯୋଗକାରିଣି ଇନ୍ସପେକ୍ଟରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସପକ୍ଷରେ ମତ ଦେଇଛି ହାଇକୋର୍ଟ ବାର ।

ଗତ ବୁଧବାର ଦିନ ଜଣେ କାର୍ଯ୍ୟରତ ମହିଳା ଇନ୍ସପେକ୍ଟର ଜଣକ ଲିଫ୍ଟରେ ଯାଉଥିବା ବେଳେ ୨ଜଣ ଓକିଲ ତାଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ କରିଥିଲେ । ଆଉ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କଟକ ଡିସିପି ।