ରାଜଧାନୀରେ ଲଜ୍ଜା : ନାବାଳିକାଙ୍କୁ ସ୍କୁଲ୍ ବସ ଭିତରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

15

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୁଣି ରାଜଧାନୀରେ ଲଜ୍ଜା । ଘରୋଇ ଶିକ୍ଷାନୁଷ୍ଠାନର ଜଣେ ନାବାଳିକା ଛାତ୍ରୀଙ୍କୁ ସ୍କୁଲþ ବସ ଭିତରେ ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ସଂଗୀନ ଅଭିଯୋଗ । ଅଭିଯୁକ୍ତ ଡ୍ରାଇଭରକୁ ଅଟକ ରଖିଛି ତଦନ୍ତ ଚଳାଇଛି ପୋଲିସ । ଏନେଇ ମହିଳା ଥାନା ପୋଲିସ ଶିକ୍ଷାନୁଷ୍ଠାନରେ ପହଁଚି ତଦନ୍ତ ଚଳାଇଥିବା ମହିଳା ଥାନା ଆଇଆଇସି ସୂଚନା ଦେଇଛନ୍ତି। ସେପଟେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମ୍ପୃକ୍ତ ସ୍କୁଲ ପ୍ରିନ୍ସିପାଲ । ସେ ଆହୁରି କହିଛନ୍ତି ତଦନ୍ତ ଚାଲିଛି ,ଘଟଣା ନେଇ ସ୍ପଷ୍ଟ ସୂଚନା ମିଳିବ। ତେବେ ଯଦି ଏଭଳି କିଛି ଘଟଣା ଘଟିଥାଏ ଦୋଷୀଙ୍କୁ ଦଣ୍ଡ ମିଳିବ।