ନୀତିନ ଗଡ଼କରୀଙ୍କ କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କୁ ଲାଂଚ ଦେବା ଘଟଣା ! ଏନଏଚଏଆଇ ଇଂଜିନିୟରଙ୍କୁ ପୁଲିସର ପଚରାଉଚରା

21

କନକ ବ୍ୟୁରୋ: ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କୁ ଲାଂଚ ବାଂଟିବା ଘଟଣାରେ ଏନଏଚଏଆଇ ଇଂଜିନିୟରଙ୍କୁ ପଚରାଉଚରା କରିଛି ପୁଲିସ । ଅନୁଗୁଳ ସାମ୍ବାଦିକ ସଂଘ ପକ୍ଷରୁ ଏନେଇ ଲିଖିତ ଅଭିଯୋଗ ହେବାପରେ ଏନଏଚଏଆଇ ଇଂଜିନିୟର ଛିଧେନ୍ଦ୍ର ସିଂହ ପରିହାଙ୍କୁ ପୁଲିସ ପଚରାଉଚରା କରିଛି । ତେବେ ତାଙ୍କ ଉପରିସ୍ଥ ଅଧିକାରୀ ଏହି ଲଫାପା ବାଂଟିବା ପାଇଁ କହିଥିଲେ ବୋଲି ସେ ପୁଲିସକୁ କହିଥିବା ସୂଚନା ମିଳିଛି । ଏକ ଘଂଟା ଧରି ପୁଲିସ ତାଙ୍କୁ ପଚରାଉଚରା କରିଥିଲା ।

ଅନୁଗୁଳ-ସମ୍ବଲପୁର ଜାତୀୟ ରାଜପଥକୁ ୪ଲେନ ବିଶିଷ୍ଟ କରାଯିବା ପାଇଁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ପୁରା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ଜାତୀୟ ରାଜପଥ ପ୍ରାଧିକରଣ କତ୍ତୃପକ୍ଷ । ଏଥିରେ ଏନଏଚଏଆଇ କତ୍ତୃପକ୍ଷ ସମ୍ବାଦିିକ ମାନଙ୍କୁ ବାଂଟିଥିବା ସୂଚନା ପତ୍ର ସମ୍ବଳିତ ଫାଇଲ ଭିତରେ ୫୦୦ଟଙ୍କିଆ ନୋଟ୍ ଦିଆଯାଇଥିଲା । ସବୁ ସାମ୍ବାଦିକଙ୍କୁ ଲଫାପା ଭିତରେ ବଂଟାଯାଇଥିଲା ଟଙ୍କା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ସାମ୍ବାଦିକ ।