ତାଳଚେରରେ ବୈଜୟନ୍ତ ହଟହଟା: ବକେୟା ବିଦ୍ୟୁତ ବିଲ୍ ନେଇ ବାଟ ଓଗାଳିଲେ ଯୁବକ

41

କନକ ବ୍ୟୁରୋ: ପୂର୍ବତନ ସା˚ସଦ ବୈଜୟନ୍ତ ପଣ୍ତା ଗତକାଲି ତାଳଚେର ଗସ୍ତରେ ଆସି ବେଶ୍ ହଟହଟା ହୋଇଛନ୍ତି। ସହରରେ ଆୟୋଜିତ ଏକ କ୍ରୀଡ଼ା ଓ ସା˚ସ୍କୃତିକ ଉତ୍ସବରେ ଯୋଗଦେବା ଲାଗି ସେ ବାଇକ୍ ଶୋଭାଯାତ୍ରାରେ ଯାଉଥିବାବେଳେ ସହରର ମୁଖ୍ୟ ପ୍ରବେଶପଥ ଅନନ୍ତରାମ ଗେଟ୍ ନିକଟରେ କେତେକ ଯୁବକ ତାଙ୍କୁ ଅଟକାଇ ବେଶ୍ ହଲାପଟା କରିଥିଲେ।

ତାଳଚେରର ଅନ୍ୟତମ ପୁରାତନ ସାଂସ୍କୃତିକ ଅନୁଷ୍ଠାନ କିଶୋର କ୍ଲବର ବାର୍ଷିକ ଶାରଦୀୟ କ୍ରୀଡ଼ା ଓ ସା˚ସ୍କୃତିକ ଉତ୍ସବରେ ମୁଖ୍ୟଅତିଥି ରୂପେ ଯୋଗଦେବା ଲାଗି ସେ ଏଠାକୁ ଆସିଥିଲେ। ଆୟୋଜକମାନେ ଏକ ବାଇକ୍ ଶୋଭାଯାତ୍ରାରେ ଉତ୍ସବସ୍ଥଳକୁ ପାଛୋଟି ନେଇଥିଲେ। ଶ୍ରୀ ପଣ୍ଡା ଏକ ଖୋଲା ଜିପରେ ଯାଉଥିବାବେଳେ ରାମଚନ୍ଦ୍ର ବଜାର ଛକଠାରେ କିଛି ଯୁବକ ହଠାତ ବାଟ ଓଗାଳି ଫୁଲତୋଡ଼ା ଦେଇଥିଲେ। ହାତ ବି ମିଳାଇଥିଲେ। ଶ୍ରୀ ପଣ୍ଡା ବେଶ୍ ଖୁସିରେ ଫୁଲତୋଡ଼ା ନେଇ ହାତ ମିଳାଉଥିଲା ବେଳେ ଯୁବକମାନେ କହିଥିଲେ, ଆମେ ସବୁ ଆପଣଙ୍କର ସମର୍ଥକ। ଆପଣ ଏଥର ମୁଖ୍ୟମନ୍ତ୍ରୀ ହେବେ ବୋଲି ଶୁଣାଯାଉଛି। ତେବେ ଆପଣଙ୍କ କ˚ପାନୀ ନାମରେ ବିଦ୍ୟୁତ ବିଲ୍ ବାବଦରେ ଥିବା ୮ଶହ କୋଟିର ବକେୟା ଟଙ୍କା କାହିଁକି ରଖିଛନ୍ତି, ତୁରନ୍ତ ପୈଠ କାହିଁକି କରିଦେଉ ନାହାନ୍ତି ବୋଲି ଯୁବକମାନେ କହିବା ପରେ ଶ୍ରୀ ପଣ୍ତା କିଂକର୍ତ୍ତବ୍ୟବିମୁଢ଼ ହୋଇ ଯୁବକଙ୍କ ହାତମୁଠାରୁ ତାଙ୍କ ହାତ ଛଡ଼ାଇ ନେଇଥିଲେ। କିଛି ବାକି ନାହିଁ, କିଛି ବାକି ନାହିଁ ବୋଲି କହି ମୁହଁ ବୁଲାଇ ନେଇଥିଲେ। ଉପସ୍ଥିତ ସମର୍ଥକମାନେ କିଛି ବୁଝିବା ପୂର୍ବରୁ ଏ କଥାବାର୍ତ୍ତା ସରିଯାଇଥିଲା ଓ ଗାଡ଼ି ଆଗକୁ ବାହାରି ଯାଇଥିଲା।

ତେବେ ଶ୍ରୀ ପଣ୍ତା ମ˚ଚରେ ଭାଷଣ ଦେଲା ବେଳେ ଏହି ଘଟଣାକୁ ଖୋଲିଥିଲେ। ଭାଷଣର ଶେଷ ପର‌୍ୟ୍ୟାୟରେ ସେ କହିଥିଲେ, ବିଜୁ ଗୁଣ୍ଡା ବାହିନୀର ସଦସ୍ୟମାନେ ମୋତେ ଓ ମୋ ପରିବାରକୁ ଯେଉଁ ପ୍ରଶ୍ନ ପଚାରୁଛନ୍ତି ଏହା କେବଳ ମୋତେ ବଦନାମ କରିବା ପାଇଁ ଏବଂ ଓଡ଼ିଶାର ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ କରାଯାଉଛି ବୋଲି କହିଥିଲେ।