କନକ ବ୍ୟୁରୋ: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆୟକର ବିଭାଗ ନିକଟରେ ଏକ ଗମ୍ଭୀର ଅଭିଯୋଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବୈଜୟନ୍ତ ତାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡା ଏବଂ ତାଙ୍କର ସହଯୋଗୀ ମଂଜୁଳା ଦେବୀଙ୍କ ନାଁରେ ମନି ଲଣ୍ଡରିଂକୁ ନେଇ ଏହି ଅଭିଯୋଗ ଆସିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ ଗତ ଜାନୁଆରୀରେ ଆସିଥିବା ଏହି ଅଭିଯୋଗରେ କୁହାଯାଇଛି, ମନି ଲଣ୍ଡରିଂ ଆଇନ, ବ୍ଲାକ ମନି ଆଇନ ଏବଂ ଆୟକର ଆଇନକୁ ସେମାନେ ଉଲଙ୍ଘନ କରିଛନ୍ତି । ଅଭିଯୋଗ ଅନୁସାରେ, ମିଛ କମ୍ପାନୀ ଗଠନ କରି ଏମାନେ ୧୭ କୋଟି ୭୨ଲକ୍ଷ ଟଙ୍କା ବିଦେଶରୁ ହାସଲ କରିଛନ୍ତି । କିନ୍ତୁ ଏହି ଟଙ୍କା ପ୍ରକୃତରେ କେଉଁଠାରୁ ଆସୁଛି ତାର କୌ÷ଣସି ରେକର୍ଡ ନାହିଁ ବୋଲି ଅଭିଯୋଗ ହୋଇଛି । ଏହାପରେ ସେହି ଟଙ୍କାର ସେୟାରକୁ ଅତି କମ ମୁଲ୍ୟରେ ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡାଙ୍କୁ ମିଳିଥିବା ଅଭିଯୋଗ ହୋଇଛି ।
ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଇଣ୍ଡିଆନ ଏକ୍ସପ୍ରେସର ପ୍ରତିନିଧିମାନେ ଏହି ମାମଲାରେ ବୈଜୟନ୍ତ ପଣ୍ଡା ଓ ମଂଜୁଳା ଦେବୀଙ୍କୁ ପ୍ରଶ୍ନ କରିଥିଲେ । ବୈଜୟନ୍ତ ପଣ୍ଡା ଏହାର ଉତରରେ ତାଙ୍କୁ କହିଥିଲେ, ଏହି ଅଭିଯୋଗ ୨୦ ବର୍ଷ ପୁରୁଣା ଏବଂ ନିୟମ ଅନୁସାରେ ସବୁକିଛି କରାଯାଇଛି । ତେବେ ମଂଜୁଳା ଦେବୀ ଏହାର ପ୍ରତିକ୍ରିୟା ଦେଇ ଇଣ୍ଡିଆନ ଏକ୍ସପ୍ରେସ ପ୍ରତିନିଧିଙ୍କୁ କହିଥିଲେ ଯେଉଁ ମାମଲାରେ ସେ ପ୍ରଶ୍ନ କରୁଛନ୍ତି ସେ ଏଥିରେ ସମ୍ପୃକ୍ତ ନୁହଁନ୍ତି ।