ସରକାରୀ ବାବୁଙ୍କ ବିରୋଧରେ ତୃଣମୂଳ ସ୍ତରରୁ ଆସିଲା ଅଭିଯୋଗ ! ମୁଖ୍ୟମନ୍ତ୍ରୀଙ୍କ ପଂଚାୟତ ସମୀକ୍ଷା ବେଳେ ଫେରାଦ ହେଲେ ବରଗଡ ଜିଲ୍ଲା ନବନିର୍ବାଚିତ ପଂଚାୟତ ପ୍ରତିନିଧି

30

କନକ ବ୍ୟୁରୋ : ପଂଚାୟତ ନିର୍ବାଚନରେ ବିଜେଡି ବିଫଳତା ପଛରେ ରହିଛି ପ୍ରଶାସନର ଉଦାସୀନତା । ସରକାରୀ ବାବୁଙ୍କ ବିରୋଧରେ ତୃଣମୂଳ ସ୍ତରରୁ ଆସିଛି ଅଭିଯୋଗ । ମୁଖ୍ୟମନ୍ତ୍ରୀଙ୍କ ପଂଚାୟତ ସମୀକ୍ଷା ବେଳେ ଏଭଳି ଅଭିଯୋଗ କରିଛନ୍ତି ବରଗଡ ଜିଲ୍ଲା ନବନିର୍ବାଚିତ ପଂଚାୟତ ପ୍ରତିନିଧି । କହିଛନ୍ତି ଲୋକଙ୍କ ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେଉନଥିବାର ସରକାରୀ ଦଳକୁ ଏଥର ନିର୍ବାଚନରେ ବିଫଳତା ମିଳିଛି । ପଂଚାୟତ ନିର୍ବାଚନ ଫଳାଫଳକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ଜାରି ରହିଛି ।

ଆଜି ବରଗଡ ଜିଲ୍ଲାର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ । ସରପଂଚ, ସମିତିସଭ୍ୟ ଓ ଜିଲ୍ଲାପରିଷଦ ସଭ୍ୟଙ୍କ ସହ ନବୀନ ଆଲୋଚନା କରୁଛନ୍ତି । ତେବେ ସମୀକ୍ଷା ବେଳେ ଗୁରୁତର ଅଭିଯୋଗ ଆଣିଛନ୍ତି ଡାଲ ସମିତିସଭ୍ୟା । ପ୍ରଶାସନ କାରଣରୁ ବିଜେଡି ହାରିଲା ବୋଲି କହିଛନ୍ତି ସମିତିସଭ୍ୟା । ଜିଲ୍ଲାପାଳ ଲୋକଙ୍କ ଅଭିଯୋଗ ଶୁଣୁନାହାନ୍ତି କି ପ୍ରଶାସନ ସହଯୋଗ କରୁନଥିବା ସେ କହିଛନ୍ତି । ଗତ ୩୦ ବର୍ଷ ଧରି ଅତାବିରା ବ୍ଲକ୍ ଅବହେଳିତ ରହିଥିବା କହିଛନ୍ତି ଡାଲ ସମିତିସଭ୍ୟା ।