ଦାମ ରାଉତଙ୍କ ନାଁରେ ଏତଲା : ପ୍ରଚାର ବେଳେ ମହିଳାଙ୍କୁ ଦୁର୍ବବ୍ୟହାର କରିଥିବା ଅଭିଯୋଗ

52

କନକ ବ୍ୟୁରୋ : ଦାମବାବୁଙ୍କ ନାଁରେ ଏତଲା । ପାରାଦୀପ ବିଧାୟକ ତଥା ବିଜେଡିର ଷ୍ଟାର ପ୍ରଚାରକ ଡାକ୍ତର ଦାମ ରାଉତଙ୍କ ନାଁରେ ଥାନାରେ ଏତଲା ହୋଇଛି । ପ୍ରଚାର ବେଳେ ମହିଳାଙ୍କୁ ଦାମ ରାଉତ ଦୁର୍ବବ୍ୟହାର କରିଥିବା ନେଇ ଅଭିଯୋଗ ହୋଇଛି । ଏପରିକି ଦାମ ବାବୁ ସେମାନଙ୍କୁ ଜାତିଆଣ ଆକ୍ଷେପ କରିଥିବା ମହିଳା ମାନେ ଅଭିଯୋଗ କରିଛନ୍ତି । ଏହାପରେ ପାରାଦୀପ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ବିରୋଧର ସମ୍ମୁଖୀନ ହେଉଛନ୍ତି ବିଜେଡିର ଏହି ତୁଙ୍ଗ ନେତା । ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦାମ ରାଉତ ।