କାହିଁକି ୧୨ ବର୍ଷକୁ ଥରେ ପାଳନ କରାଯାଏ କୁମ୍ଭମେଳା ? କ’ଣ ରହିଛି ପୌରାଣିକ କଥା ଏବଂ ମହତ୍ତ୍ୱ ? ଜାଣନ୍ତୁ ।

228

୧୨ ବର୍ଷରେ ଥରେ ପାଳନ କରାଯାଉଥିବା କୁମ୍ଭମେଳା ହିନ୍ଦୁ ଧର୍ମର ଏକ ପ୍ରମୁଖ ଉତ୍ସବ ଅଟେ । ଏହି ମେଳା କେବଳ ୪ ଟି ପ୍ରମୁଖ ନଦୀରେ ହିଁ ଆୟୋଜିତ ହୋଇଥାଏ । ଗଙ୍ଗା,ଗୋଦାବରୀ,ସିପ୍ରା ଏବଂ ପ୍ରୟାଗ (ପ୍ରୟାଗରାଜ) ରେ ହିଁ ପାଳିତ ହୁଏ । ଏହି ମେଳାରେ ଦୂରଦୂରାନ୍ତରୁ ବହୁ ଭକ୍ତ ଆସିଥାନ୍ତି ଏବଂ ଯେଉଁ ନଦୀଠାରେ ଏହି ଉତ୍ସବ ପାଳିତ ହୁଏ ସେଠାରେ ବୁଡ ପକାଇ ନିଜ ପାପ ଧୋଇଥାନ୍ତି । ରାଜକୀୟ ସ୍ନାନରୁ ଏହି ଉତ୍ସବର ପ୍ରାରମ୍ଭ ହୋଇଥାଏ । ଚଳିତ ବର୍ଷର ରାଜକୀୟ ସ୍ନାନ ୧୪-୧୫ ଜାନୁଆରୀରେ ହେବାକୁ ଯାଉଛି ।

କାହିଁକି ପାଳନ କରାଯାଏ କୁମ୍ଭମେଳା : ପୌରାଣିକ କଥନ ଅନୁସାରେ ଏହି ମେଳା ସେହି ୪ ନଦୀରେ ଆୟାଜନ କରାଯାଏ ଯେଉଁଠାରେ ଅମୃତର ବିନ୍ଦୁ ପଡିଛି । କୁହାଯାଏ ଯେ ସମୁଦ୍ର ମନ୍ଥନ ସମୟରେ ଅମୃତକୁ ନେଇ ଦେବତା ଏବଂ ଅସୁରଙ୍କ ମଧ୍ୟରେ ଝଗଡା ଚାଲିଥିବା ସମୟରେ ଅସୁରଙ୍କ ହାତରେ ଅମୃତ ଲାଗିଥିଲା । ଅମୃତକୁ ଅସୁରଙ୍କ ଠାରୁ ଆଣିବା ପାଇଁ ଭଗବାନ ବିଷ୍ଣୁ ମୋହିନୀ ଅବତାର ଗ୍ରହଣ କରି ଅମୃତକୁ ଗରୁଡକୁ ଦେଇଥିଲେ । ଗରୁଡ ଏବଂ ଅସୁରଙ୍କ ମଧ୍ୟରେ ଅମୃତକୁ ନେଇ ଭିଡାଭିଡି ଲାଗିଥିବା ବେଳେ ଏଥିରୁ କିଛି ବୁନ୍ଦା ଏହି ୪ ନଦୀରେ ପଡିଥିଲା । ଏହାପରଠାରୁ ଏହି ସବୁ ସ୍ଥାନରେ ୧୨ ବର୍ଷ ଅନ୍ତରାଳରେ କୁମ୍ଭମେଳାର ଆୟୋଜନ କରାଯାଏ । ପ୍ରଥମ କୁମ୍ଭମେଳା ପ୍ରୟାଗରାଜ ୧୮୭୦ ମସିହାରେ ଆୟୋଜନ ହୋଇଥିଲା ।

କୁମ୍ଭମେଳାରେ କ’ଣ କରନ୍ତି ଭକ୍ତ : କୁହାଯାଏ ଏହି ସମୟରେ ୩ ଥର ନଦୀରେ ବୁଡ ପକାଇଲେ ପାପରୁ ମୁକ୍ତ ମିଳିବା ସହ ମୋକ୍ଷ ପ୍ରାପ୍ତି ମଧ୍ୟ ହୋଇଥାଏ । ଅନ୍ୟପକ୍ଷରେ ମହାକୁମ୍ଭର ମେଳା ବହୁତ ବଡ ମେଳା ହୋଇଥାଏ ଯାହା ୧୪୪ ବର୍ଷ ପରେ ପଡେ ।