ସରକାରୀ କର୍ମଚାରୀଙ୍କୁ ଝଟକା ! ଏଣିକି ୬୦ ନୁହେଁ ୫୮ ବର୍ଷରେ ନେବାକୁ ହେବ ଅବସର ।

8,142

ଉତ୍ତରପ୍ରଦେଶ କର୍ମଚାରୀମାନଙ୍କର ଅବସରକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ବଡ ନିଷ୍ପତ୍ତିର ରାୟ ଶୁଣାଇଛନ୍ତି । କୋର୍ଟଙ୍କର ଏହି ନିଷ୍ପତ୍ତି ସରକାରୀ କର୍ମଚାରୀଙ୍କୁ ଏକପ୍ରକାର ଝଟକା ଦେଇଛି । ପ୍ରକୃତ କଥା ହେଉଛି, ଆଲ୍ଲାହାବାଦ ହାଇକୋର୍ଟ ରାଜ୍ୟ କର୍ମଚାରୀ ମାନଙ୍କର ଚାକିରି କରିବାର ବୟସସୀମା ବଢାଇବା ପାଇଁ ୨୦୦୧ ମସିହାରେ ଜାରି ହୋଇଥିବା ଅଧିସୂଚନାକୁ ଅମାନ୍ୟ ଘୋଷଣା କରିଛନ୍ତି । ଏବଂ ଅବସର ନେବା ବୟସସୀମାକୁ ୬୦ ବର୍ଷରୁ କମ କରି ୫୮ ବର୍ଷ ନିର୍ଦ୍ଧାରିତ କରିଛନ୍ତି ।

ଉତ୍ତରପ୍ରଦେଶର ଅଧିକାଂଶ କର୍ମଚାରୀ ସପ୍ତମ ବେତନ ଆୟୋଗ ଅନ୍ତର୍ଭୁକ୍ତ ଅଛନ୍ତି । କୋର୍ଟ ନିଜ ରାୟରେ କହିଛନ୍ତି ଯେ, ସରକାର ଯେଉଁ ଅଧିସୂଚନା ଅନୁଯାୟୀ, ଅବସର ବୟସସୀମାକୁ ୫୮ ବର୍ଷରୁ ବଢାଇ ୬୦ ବର୍ଷ କରିଛନ୍ତି, ତାହା ସମ୍ପୂର୍ଣ୍ଣ ଭାବେ ଭୁଲ୍ ଅଟେ । ତେବେ କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନି ।

ସୂଚନା ଅନୁଯାୟୀ, ଅବସର ବିରୋଧରେ ଓମ୍ ପ୍ରକାଶ ତିୱାରୀ ଆଲ୍ଲାହାବାଦ ହାଇକୋର୍ଟର କବାଟ ବାଡେଇଥିଲେ । ତାଙ୍କ ପକ୍ଷରୁ କୋର୍ଟରେ ଦଲିଲ୍ ଦିଆଯାଇଥିଲା ଯେ, ରାଜ୍ୟ କର୍ମଚାରୀ ମାନଙ୍କର ଅବସର ବୟସସୀମା ୫୮ ବର୍ଷରୁ ବୃଦ୍ଧି ହୋଇ ୬୦ ବର୍ଷ କରାଯାଇଛି । କିନ୍ତୁ ତାଙ୍କୁ ୫୮ ବର୍ଷରେ ଅବସର ମିଳିଥିଲା । ସେଥିପାଇଁ ତାଙ୍କ ଅବସରକୁ ରଦ୍ଦ କରାଯାଇ ତାଙ୍କୁ ୬୦ ବର୍ଷରେ ଅବସର ଦିଆଯାଉ ବୋଲି ସେ ପିଟିସନ୍ ଦାୟର କରିଥିଲେ । କିନ୍ତୁ କୋର୍ଟ ପୁରା ନିଷ୍ପତ୍ତିକୁ ବଦଳାଇ ଦେଇଥିଲେ ।