ବୁଧବାର ଶିକ୍ଷାନୁଷ୍ଠାନ ବନ୍ଦ ରହିବ କି ନାହିଁ, ଜିଲ୍ଲାପାଳ ନେବେ ନିଷ୍ପତି ! ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କଲେ ଜିଲ୍ଲାପାଳ

1,965

କନକ ବ୍ୟୁରୋ : କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନର ଦୁଇ ଦିନିଆ ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଆଜି ପୂରା ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଥିବା ବେଳେ ବୁଧବାର ମଧ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ କି ନାହିଁ ତାହାକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ ଲାଗି ରହିଥିଲା । ତେବେ ଆସନ୍ତାକାଲି ସ୍କୁଲ ଓ କଲେଜ ଛୁଟି ରହିବ କି ଖୋଲା ହେବ ସେନେଇ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ନିଷ୍ପତି ନେବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାପାଳ ମାନଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ଟ୍ରେଡ ୟୁନିୟନର ଦ୍ୱିତୀୟ ଦିନର ଧର୍ମଘଟ ସମୟରେ ଜିଲ୍ଲାରେ ଆନ୍ଦୋଳନର ପ୍ରଭାବ ଓ ସ୍ଥିତି ଦେଖି ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ ରଖିବାକୁ ଜିଲ୍ଲାପାଳ ମାନଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପୂର୍ବ ଘୋଷଣା ଅନୁଯାୟୀ, ରାଜ୍ୟର ସମସ୍ତ ଅଙ୍ଗନୱାଡିକୁ ବୁଧବାର ଛୁଟି ଘୋଷଣା କରାଯାଇଛି ।

ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶ ଦିଆଯିବା ପରେ ସମ୍ବଲପୁର ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି । ସେହିଭଳି ପୁରୀ,ଗଜପତି ଓ ଖୋର୍ଦ୍ଧା ଜିଲ୍ଲାପାଳ ମଧ୍ୟ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି । ପୂର୍ବରୁ ଟ୍ରେଡ ୟୁନିୟନର ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଆଜି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଥିଲେ ସରକାର । ଆସନ୍ତାକାଲି ଧର୍ମଘଟର ଦ୍ୱିତୀୟ ଦିନ ଥିବାରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ କି ନାହିଁ ତାହା ଉପରେ ସମସ୍ତଙ୍କର ନଜର ରହିଥିଲା ।