କିଏ କହୁଛି ସତ? ଅନୁଭବ ନା ଅଭିଯୋଗକାରିଣୀ ମହିଳା, ଥାନାରେ ଦୁର୍ବ୍ୟବହାର ଅଭିଯୋଗ ପରେ ମୁହଁ ଖୋଲିଲେ କେନ୍ଦ୍ରାପଡ଼ା ସାଂସଦ । କହିଲେ ଘଟଣା ଦିନ ରାତିର କଥା

807

କନକ ବ୍ୟୁରୋ : କେନ୍ଦ୍ରାପଡା ସାଂସଦଙ୍କ ନାଁରେ ଯୁବତୀ ଦୁର୍ବ୍ୟବହାର ଅଭିଯୋଗ ଆଣିବା ପରେ ମୁହଁ ଖୋଲିଲେ ଅନୁଭବ ମହାନ୍ତି । କହିଲେ, ସେ ଜନତାଙ୍କୁ କିଭଳି ବ୍ୟବହାର କରନ୍ତି ଓ ପରିବାରରୁ ତାଙ୍କୁ କିଭଳି ସଂସ୍କାର ମିଳିଛି ତାହା ପୂରା ଓଡିଶାବାସୀ ଜାଣିଛନ୍ତି । ରାଜନୀତିକୁ ଆସିବା ପରେ ତାଙ୍କ ପରିବାର ନାଁରେ ଏଭଳି ଅଭିଯୋଗ ଆସୁଛି । ସେ କେବେହେଲେ ଏଭଳି ବ୍ୟବହାର କରିପାରିବେ ନାହିଁ ।

ଏହାଛଡା ଯୁବତୀ ଜଣକ ତାଙ୍କ ନାଁରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ । ପ୍ରତ୍ୟକ୍ଷ ରାଜନୀତିକୁ ଆସିବା ପରେ ଏଭଳି ଅଭିଯୋଗ ଆସିବ ବୋଲି ତାହା ଜାଣିଥିଲି । ତେଣୁ ମୋ ପରିବାରକୁ ଏ ବାବଦରେ ଅଧିକ ଚିନ୍ତା ନ କରିବାକୁ କହିଥିଲି । ଏହାଛଡା ମୋ ପତ୍ନୀଙ୍କ ଉପସ୍ଥିତିରେ କିଭଳି ଖରାପ ବ୍ୟବହାର କରିବି ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ । ଏହାଛଡା ଯୁବତୀ ଜଣକ ଛେପ ପକାଇବା ନେଇ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ମିଛ । ମୋ ପକ୍ଷରେ ଏଭଳି କରିବା ଅସମ୍ଭବ । ପୋଲିସ ପୂରା ଘଟଣାର ତଦନ୍ତ କରିବା ଆବଶ୍ୟକ । ଯିଏ ବି ଏହା ପଛରେ ଅଛି ତାଙ୍କୁ ପୋଲିସ ଧରିବା ଆବଶ୍ୟକ । ପୋଲିସର ତଦନ୍ତ ପ୍ରକିୟାରେ ସମ୍ପୂର୍ଣ୍ଣ ସହଯୋଗ କରିବି ବୋଲି କହିଛନ୍ତି ଅନୁଭବ ।

ଏହାପୂର୍ବରୁ କେନ୍ଦ୍ରାପଡା ସାଂସଦଙ୍କ ନାଁରେ ଦୁର୍ବ୍ୟବହାର ଭଳି ସାଂଘାତିକ ଅଭିଯୋଗ ଆଣି ଥାନାରେ ଅଭିଯୋଗ କରିଥିଲେ ଜଣେ ମହିଳା । ମହିଳାଙ୍କ ଏତଲା ଆଧାରରେ କଟକ ପୁରୀଘାଟ ଥାନାରେ ଅନୁଭବଙ୍କ ନାଁରେ ମାମଲା ରୁଜୁ କରିଥିଲା ପୋଲିସ । ଏତଲା ଅନୁଯାୟୀ ସମ୍ପୃକ୍ତ ମହିଳାଙ୍କୁ ଅନୁଭବଙ୍କ ଭାଇ ଅନୁପ୍ରାସ ମହାନ୍ତି ୨୦୦୮ ମସିହାରେ ହଇରାଣ କରୁଥିଲେ । ବାଟରେ ଯିବା ବେଳେ ତାଙ୍କୁ କମେଣ୍ଟ ମାରିବା ସହ ହଇରାଣ କରୁଥିଲେ । ତେବେ ଘଟଣା ସମ୍ପର୍କରେ ଜଣାଇବାକୁ ସେ ଅନୁଭବଙ୍କ ଘରକୁ ଯାଇଥିଲେ । ତେବେ ସେଠାରେ ଅନୁଭବ ତାଙ୍କୁ ଗାଳିଗୁଲଜ କରିଥିଲେ ବୋଲି ମହିଳା ଅଭିଯୋଗ ଆଣିଛନ୍ତି ।