ଭାରତ ବନ୍ଦ ପାଇଁ ବିଭିନ୍ନ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା । ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ ।

2,012

କନକ ବ୍ୟୁରୋ : ଆସନ୍ତାକାଲି ଭାରତ ବନ୍ଦ । ନାଗରିକତା ସଂଶୋଧନ ଆଇନର ପ୍ରତ୍ୟାହାର ଭଳି ୧୪ ଦଫା ଦାବି ନେଇ ମୋଦି ସରକାର ବିରୋଧରେ ବାମଦଳ ଓ ଶ୍ରମିକ ସଂଗଠନ ଗୁଡିକ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛନ୍ତି । ଆଉ ଏହି ବନ୍ଦ ଡାକରାକୁ ସମର୍ଥନ ଦେଇଛି କଂଗ୍ରେସ । କଂଗ୍ରେସ ସମର୍ଥନ ଦେବା ପରେ ବନ୍ଦର ପ୍ରଭାବ ଅନୁଭୂତ ହେବ ବୋଲି ଅନୁମାନ କରାଯାଉଛି । ତେବେ ବିଜେଡି ଏହି ଆନ୍ଦୋଳନରୁ ନିଜକୁ ଦୂରେଇ ରଖିଛି ।

ଏସବୁ ଭିତରେ ଭାରତ ବନ୍ଦ ପ୍ରଭାବକୁ ଦୃଷ୍ଟିରେ ରଖି ଆଗୁଆ ସର୍ତକତାମୂଳକ ପଦକ୍ଷେପ ନେଇଛନ୍ତି ବିଭିନ୍ନ ଜିଲ୍ଲାପାଳ । ବନ୍ଦ ପାଳନ ବେଳେ ଗଣ୍ଡଗୋଳକୁ ଦୃଷ୍ଟିରେ ବିଭିନ୍ନ ଜିଲ୍ଲାପାଳ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ଜଗତସିଂହପୁର, ଢେଙ୍କାନାଳ, ଗଞ୍ଜାମ, ଖୋର୍ଦ୍ଧା, ଗଜପତି ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।ସେହିଭଳି ଭୁବନେଶ୍ୱରର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।

ଆସନ୍ତାକାଲି ହେବାକୁ ଥିବା ଭାରତ ବନ୍ଦ ଆନ୍ଦୋଳନକୁ ଘରୋଇ ବସ ମାଲିକ ସଂଘ ସମର୍ଥନ ଜଣାଇବା ସହ ବସ ଚଳାଚଳ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି । ତେବେ ମୋ ବସ୍ ପୂର୍ବଭଳି ଚଳାଚଳ କରିବ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଭାରତ ବନ୍ଦକୁ ଦୃଷ୍ଟିରେ ରଖି ତେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।