ଦିଲ୍ଲୀରେ ବଢୁଛି ପ୍ରଦୂଷଣ ! ଛୁଟି ପରେ ଆଜି ଖୋଲିଲା ସ୍କୁଲ, ଅଡ-ଇଭେନ ଫର୍ମୁଲା ଲାଗୁ ନେଇ ଆଜି ଏନଜିଟିରେ ଶୁଣାଣ

72

କନକ ବ୍ୟୁରୋ : ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢିଚାଲିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ସବୁ ଗତ ସପ୍ତାହରେ ବନ୍ଦ ରଖାଯାଇଥିଲା । ଆଜି ଏହି ସ୍କୁଲ ଖୋଲିଛି । ତେବେ ଗାଜିଆବାଦରେ କିଛି ସ୍କୁଲରେ ନିୟମକୁ ପରବିର୍ତ୍ତନ କରାଯାଇଛି । ଦିଲ୍ଲୀରେ ଅଡ-ଇଭେନ ଲାଗୁ କରିବା ନେଇ ଆଜି ଏନଜିଟିରେ ଶୁଣାଣୀ ହୋଇପାରେ । ଏନଜିଟି ଦିଲ୍ଲୀ ସରକାରଙ୍କ ଆବେଦନକୁ ଗ୍ରହଣ କଲେ କାଲିଠୁ ଅଡ-ଇଭେନ ଫର୍ମୁଲା ଲାଗୁ ହୋଇପାରେ । ଏହି ଫର୍ମୁଲାରୁ ମହିଳା ଓ ଦୁଇଚକିଆଯାନକୁ ବାଦ ଦେବା ନେଇ ଦିଲ୍ଲୀ ସରକାର ଏନଜିଟିରେ ପୁନଃ-ଆବେଦନ କରିଛନ୍ତି । ଦିଲ୍ଲୀରେ ଆଜିଠାରୁ ଅଡ-ଇଭେନ ଫର୍ମୁଲା ଲାଗୁ ହେବାର ଥିଲା । କିନ୍ତୁ ଏନଜିଟି ମହିଳା ଓ ଦୁଇଚକିଆଯାନକୁ ବାଦ ଦେବାକୁ ମନାକରିଦେବା ପରେ ଦିଲ୍ଲୀ ସରକାର ଏହାକୁ ପ୍ରତ୍ୟାହାର କରିନେଇଥିଲେ ।

ସୂଚନାଯୋଗ୍ୟ ଆଜି ସକାଳେ ଦିଲ୍ଲୀରେ ଘନ କୁହୁଡ଼ି ଓ ୧୨. ୪ ଡିଗ୍ରି ସେଲିସିଅସ୍ ତାପମାତ୍ରା ଅନୁଭୂତ ହୋଇଥିଲା । ଉତ୍ତର ଭାରତରେ କୁହୁଡ଼ି ଯୋଗୁଁ ଅନ୍ୟୂନ ୬୯ଟି ଟ୍ରେନ୍ ଯାତ୍ରାରେ ବିଳମ୍ବ କରାଯାଇଛି, ୨୨ଟି ଟ୍ରେନ୍ର ସମୟ ନିର୍ଘଣ୍ଟ ପରିବର୍ତ୍ତନ କରାଯାଇଛି ଏବଂ ୮ଟି ଟ୍ରେନ୍ ବାତିଲ କରାଯାଇଛି । ସକାଳବେଳା କୁହୁଡ଼ି ହେବା ସହ ଦିନବେଳା ଆକାଶ ମୁଖ୍ୟତଃ ପରିଷ୍କାର ରହିବ ବୋଲି ଇଣ୍ଡିଆ ମେଟେରୋଲୋଜିକାଲ୍ ଡିପାର୍ଟମେଣ୍ଟ୍ କହିଛି । ରାଜେନ୍ଦ୍ର ନଗର ଟର୍ମିନାଲ୍-ନୂଆଦିଲ୍ଲୀ ସମ୍ପୂର୍ଣ୍ଣା କ୍ରାନ୍ତି ଏକ୍ସପ୍ରେସ୍କୁ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିଳମ୍ବ କରାଯାଇଥିବାବେଳେ ସୀତାମାର୍ହି-ଆନନ୍ଦ ବିହାର ଲିଚାଓ୍ଵି ଏକ୍ସପ୍ରେସ୍ ୨୫ ଘଣ୍ଟା ବିଳମ୍ବ କରାଯାଇଛି ।ନୂଆଦିଲ୍ଲୀ-ବାରାଣସୀ ମହାନାମା ଏକ୍ସପ୍ରେସ୍, ଦିଲ୍ଲୀ-ଆଜମଗଡ଼ କୈଫିୟାତ୍ ଏକ୍ସପ୍ରେସ୍, ଆନନ୍ଦ ବିହାର-ମାଉ ଏକ୍ସପ୍ରେସ୍ , ଶ୍ରୀନଗର-ଦିଲ୍ଲୀ ଇଣ୍ଟରସିଟି, ଦିଲ୍ଲୀ-ଫଜ୍ଲିକା ଇଣ୍ଟର୍ସିଟି, ଦିଲ୍ଲୀ-ଆଲିପୁର୍ଦ୍ୱାର ମହାନନ୍ଦା ଏକ୍ସପ୍ରେସ୍ ଏବଂ ରାକ୍ଷୁଆଲ୍-ଦିଲ୍ଲୀ ସଦ୍ଭାବନା ଏକ୍ସପ୍ରେସ୍ ବାତିଲ୍ ହୋଇଥିବା ଟ୍ରେନ ଅନ୍ତର୍ଭୁକ୍ତ । ଦିଲ୍ଲୀ ଇଣ୍ଟରନାସନାଲ ଏୟାରପୋର୍ଟ ଲିମିଟେଡଙ୍କ କହିବାନୁସାରେ, କୌଣସି ବିମାନ ଉଡ଼ାଣରେ ବିଳମ୍ବ କିଂବା ବାତିଲ କରାଯାଇନାହିଁ ।