ଆଜି ଭୁବନେଶ୍ୱରରେ ସମସ୍ତ ସ୍କୁଲ ବନ୍ଦ !

32

କନକ ବ୍ୟୁରୋ: ଆଜି ଭୁବନେଶ୍ୱରରେ ସମସ୍ତ ସ୍କୁଲ ବନ୍ଦ ରହିବ । ଏସୀୟ ଦୈଡ଼କୁଦ ପ୍ରତିଯୋଗିତାର ସଫଳ ଆୟୋଜନ ପରେ ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ।

ତେବେ ଏସୀୟ ଦୈାଡ଼କୁଦ ପ୍ରତିଯୋଗିତାର ସଫଳ ଆୟୋଜନରେ ସ୍କୁଲଗୁଡିକର ପ୍ରମୁଖ ଭୂମିକା ରହିଥିଲା । ହଜାର ହଜାର ସଂଖ୍ୟକ ଛାତ୍ରଛାତ୍ରୀ ଷ୍ଟାଡିୟମରେ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡ଼ା ମହାକୁମ୍ଭରେ ପ୍ରତିଦିନ ୨୦ରୁ ଅଧିକ ସ୍କୁଲର ଛାତ୍ରଛାତ୍ରୀ ଯୋଗଦେଇଥିଲେ । ତେବେ ୫ ତାରିଖ ଉଦଘାଟନୀ ଉତ୍ସବ ଦିନ ବି ସ୍କୁଲକୁ ଦିନ ଗୋଟାଏରୁ ଛୁଟି ଘୋଷଣା କରାଯାଇଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –