ବଢିଲା ଖରାଛୁଟି । ଆସନ୍ତାକାଲି ନୁହେଁ, ଜୁନ୍ ୨୬ରେ ଖୋଲିବ ସ୍କୁଲ । ସ୍ପଷ୍ଟ କଲେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ

5,702

କନକ ବ୍ୟୁରୋ : ବଢିଲା ଖରାଛୁଟି । ଆସନ୍ତା ୨୫ ତାରିଖ ଯାଏଁ ବଢିଲା ଖରାଛୁଟି ।ରାଜ୍ୟର ସମସ୍ତ ସ୍କୁଲ ଆସନ୍ତା ୨୫ ତାରିଖ ଯାଏଁ ଛୁଟି ରହିବ ଓ ୨୬ ତାରିଖରେ ଖୋଲିବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତିି ନିଆଯାଇଛି । ଜୁନ୍ ୨୫ ତାରିଖ ଯାଏଁ ଖରାଛୁଟିକୁ ବୃଦ୍ଧି କରାଯାଇଥିବା ସ୍ପଷ୍ଟ କରିଛନ୍ତି ସରକାର ।

ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ପୂର୍ବରୁ ସ୍ଥିର ହୋଇଥିବା ବେଳେ ଖରାଛୁଟିର ଅବଧିକୁ ବଢାଇଛନ୍ତି ସରକାର । ଜୁନ୍ ୨୬ରେ ସ୍କୁଲ ଖୋଲିବା ନେଇ ସ୍ପଷ୍ଟ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ । ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମପ୍ରବାହ ହେଉଥିବାର ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛନ୍ତି ସରକାର ।