ଶେଷ ହେଲା ରେସକ୍ୟୁ ଅପରେସନ ! ୧୮ ଦିନ ପରେ ଥାଇଲାଣ୍ଡର କାଳ ଗୁମ୍ଫାରୁ ବାହାରିଲେ କୋଚଙ୍କ ସମେତ ୧୨ ଫୁଟବଲ ଖେଳାଳି ।

33

ଦୀର୍ଘ ୧୮ ଦିନ ଗୁମ୍ଫା ଭିତରେ ବନ୍ଦ ହେବା ପରେ ଉଦ୍ଧାର ହୋଇଛନ୍ତି ଥାଇଲାଣ୍ଡ ଗୁମ୍ଫାରେ ବନ୍ଦ ଥିବା କୋଚଙ୍କ ସମେତ ୧୨ଜଣ ଫୁଟବଲ ଖେଳାଳୀ । ଗତ ମାସ ୨୩ ତାରିଖରୁ ଏମାନେ ଲୁଆଙ୍ଗ ଗୁମ୍ଫାରେ ଫସି ରହିଥିଲେ । ତେବେ ଦୀର୍ଘ ଦିନର ଅପରେସନ ପରେ ଶେଷରେ ଉଦ୍ଧାରକାରୀ ଟିମକୁ ମିଳିଛି ବଡ ସଫଳତା । କୋଚଙ୍କ ସମେତ ୧୨ଜଣ ଖେଳାଳୀଙ୍କୁ ଉଦ୍ଧାର କରାଯିବା ପରେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଫୁଟବଲ ଅଭ୍ୟାସ୍ ପରେ ବୁଲିବାର ଅଭିଳାସା ଯେ, ଗୁମ୍ଫା ଭିତରେ ଏମିତି ବନ୍ଧକ ରଖି ଦେବ ହୁଏତ ଏମାନେ କେହି କଳ୍ପନା ବି କରିନଥିଲେ । ହେଲେ ଜୁନ୍ ୨୩ ତାରିଖରୁ ଗୁମ୍ଫା ଭିତରେ ଫଶି ରହିଥିବା ୧୨ ଜଣ ଫୁଟବଲ ଖେଳାଳି ଏବଂ ତାଙ୍କ କୋଚଙ୍କୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଥିଲା ଯୁଦ୍ଧକାଳୀନ ଅପରେସନ୍ । ଗୁମ୍ଫାର ପ୍ରବେଶ ଦ୍ୱାରରୁ ପ୍ରାୟ ୪ କିଲୋମିଟର ଭିତରେ ଫଶି ରହିଥିଲେ ଏମାନେ । ଫୁଟବଲ ଖେଳାଳିମାନେ ଥିବା ସ୍ଥାନକୁ ଉଦ୍ଧାରକାରୀ ଦଳ ପହଂଚିଯାଇଥିଲେ ସିନା, ହେଲେ ସେମାନଙ୍କୁ ସେଠାରୁ ବାହାର କରିବା ଉଦ୍ଧାକାରୀ ଦଳ ପାଇଁ ଥିଲା ସବୁଠାରୁ ବଡ ଆହ୍ୱାନ୍ ।

ଆଉ ଏସବୁ ଭିତରେ ଗୁମ୍ଫା ଭିତରୁ ଆସିଥିଲା ଫଶି ରହିଥିବା ପିଲାଙ୍କ ହାତ ଲେଖା ଚିଠି । ଯେଉଁଥିରେ ଜଣେ ଲେଖିଥିଲେ- ବାପା-ମା’ ତୁମେ ଚିନ୍ତା କରନି । ଏଠାରେ ଆମେ ଠିକରେ ଅଛୁ । ବର୍ତମାନ ଆମ ପାଖରେ ଖାଇବା ସାମଗ୍ରୀ ବି ପହଂଚି ଯାଇଛି । ଆମେ ଶୀଘ୍ର ଫେରିବୁ ।ସତକୁ ସତ ଏହି ଖେଳାଳିମାନେ ଏବେ ସୁରକ୍ଷିତ ଫେରିଛନ୍ତି । ଦୁଇ ସପ୍ତାହ ଧରି ଚାଲିଥିବା ଏହି ସଂଘର୍ଷ ଶେଷ ହୋଇଛି । ଯେଉଁ ଭଳି ଭାବରେ ଥାଇଲାଣ୍ଡରେଏହି ଉଦ୍ଧାରକାର୍ୟ୍ୟକୁ ଚୁଡାନ୍ତ ରୁପ ଦିଆଯାଇଛି, ତାହା ନିଶ୍ଚିତ ଭାବରେ ରେସକ୍ୟୁ ଅପରେସନ୍ କ୍ଷେତ୍ରରେ ଦୁନିଆ ପାଇଁ ଏକ ବଡ ଉପଲବ୍ଧି । ଆଉ ଏହାସହ ଦୀର୍ଘ ୧୮ ଦିନ ପରେ ଏକ ବଡ ସଫଳତା ପାଇଛନ୍ତି ରେସକ୍ୟୁ ଟିମ୍ ।