କଂଗ୍ରେସର ପ୍ରସ୍ତାବ କ୍ରମେ ସର୍ବଦଳୀୟ ବୈଠକ : ବିଜେଡି ଅନୁପସ୍ଥିତ

38

କନକ ବ୍ୟୁରୋ : ମହାନଦୀରେ ଛତିଶଗଡର ବ୍ୟାରେଜ ନିର୍ମାଣ ନେଇ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ଖୋଜିବା ପାଇଁ ସର୍ବଦଳୀୟ ବୈଠକ । ରାଜ୍ୟ କଂଗ୍ରେସର ପ୍ରସ୍ତାବ କ୍ରମେ ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମରେ ଏହି ବୈଠକ ଆରମ୍ଭ ହୋଇଛି । ଏଥିରେ ସାମିଲ ହୋଇଛନ୍ତି ରାଜ୍ୟ ବିଜେପି ସମେତ ଆମ ଓଡିଶା, ସିପିଏମ ଓ ସମତାକ୍ରାନ୍ତି ଦଳ । ବୈଠକରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର । କିନ୍ତୁ ବିଜେଡି ଏହାକୁ ପ୍ରତ୍ୟାଖ୍ୟାନ କରିଛି । ବିଜେଡି ଅନୁପସ୍ଥିତିରେ ଜାରି ରହିଛି ସର୍ବଦଳୀୟ ବୈଠକ ।