ସାରାଦେଶରେ ଜଳୁଛି ପ୍ରତିଶୋଧର ନିଆଁ ! କଡ଼ା ଜବାବ ପାଇଁ ସେନାକୁ ସଂପୂର୍ଣ୍ଣ ସ୍ୱାଧୀନତା ଦେଲେ ପ୍ରଧାନମନ୍ତ୍ରୀ, ସମର୍ଥନ ଜଣାଇଲେ ବିରୋଧୀ ।

325

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣ ନେଇ ସାରା ଦେଶରେ ଜଳୁଛି ପ୍ରତିଶୋଧର ନିଆଁ । ଏହାରି ଭିତରେ ପାକିସ୍ତାନ ଓ ଆତଙ୍କବାଦୀଙ୍କ ବିରୋଧରେ ପୁଣି ଥରେ କଡ଼ା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଛନ୍ତି, ସହିଦଙ୍କ ବଳିଦାନ ବେକାର ହେବାକୁ ଦିଆଯିବନି, ଦୋଷୀ ଯେଉଁଠି ଲୁଚିଲେ ବି ତାକୁ ଛଡାଯିବନିି । ଯେକୌଣସି କାର୍ଯ୍ୟାନୁଷ୍ଠାନ ପାଇଁ ସେନାକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଥିବା ପ୍ରଧାନମନ୍ତ୍ରୀ ଆଜି ପୁଣି ଦୋହରାଇଛନ୍ତି । ସେପଟେ ପୁଲୱାମା ହମଲାର ତଦନ୍ତ କରୁଥିବା ଏନଆଇଏର ପ୍ରାଥମିକ ତଦନ୍ତରୁ ସାମାନାକୁ ଆସିଛି ଚାଂଚଲ୍ୟକର ତଥ୍ୟ । ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା ବସଟି ବୁଲେଟ ପ୍ରୁଫ୍ ନଥିବା ଜଣାପଡିଛି ।

ସାରା ଦେଶରେ ଜଳୁଛି ପ୍ରତିଶୋଧର ନିଆଁ । କଡ଼ା ଜବାବ ପାଇଁ ସେନାକୁ ସଂପୂର୍ଣ୍ଣ ସ୍ୱାଧୀନତା । ପାକିସ୍ତାନ ଓ ଆତଙ୍କବାଦୀଙ୍କ ବିରୋଧରେ ପୁଣି ଥରେ କଡ଼ା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  । ପ୍ରଧାନମନ୍ତ୍ରୀ କହିଛନ୍ତି, ଆତଙ୍କବାଦର ଅନ୍ୟନାମ ପାକିସ୍ତାନ । ସହିଦଙ୍କ ବଳିଦାନ ବେକାର ହେବାକୁ ଦିଆଯିବନି, ଦୋଷୀ ଯେଉଁଠି ଲୁଚିଲେ ବି ତାକୁ ଛଡାଯିବନି ବୋଲି କହିଛନ୍ତି ମୋଦି । ଯେକୌଣସି କାର୍ଯ୍ୟାନୁଷ୍ଠାନ ପାଇଁ ସେନାକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି । ଯବାନଙ୍କ ଉପରେ ଭରସା ରଖନ୍ତୁ, ଧୈର୍ଯ୍ୟ ଧରନ୍ତୁ ବୋଲି ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

ପୁଲୱାମା ଆକ୍ରମଣ ନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଶୁଭିଛି ଗୋଟିଏ ସ୍ୱର  । ଜାତୀୟ ଏକତା, ସଂହତି, ଅଖଣ୍ଡତାର ରକ୍ଷା ପାଇଁ ଏକମତ ହୋଇଛନ୍ତି ସବୁ ରାଜନୈତିକ ଦଳ । ଏ ନେଇ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି ବିରୋଧୀ ଦଳ । ଏଭଳି ଆକ୍ରମଣକୁ ଗୁରୁତର ସହ ନେଇଛନ୍ତି ରାଜନୈତିକ ଦଳ । ସେପଟେ ପୁଲୱାମା ହମଲାର ତଦନ୍ତ ଆରମ୍ଭ କରିଛି ଏନଆଇଏ । ପ୍ରାଥମିକ ତଦନ୍ତରୁ ସାମ୍ନାକୁ ଆସିଛି ଚାଂଚଲ୍ୟକର ତଥ୍ୟ । ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା ବସଟି ବୁଲେଟ ପ୍ରୁଫ୍ ନଥିବା ଜଣାପଡିଛି । ତେବେ କିପରି ଏହି ବସକୁ ଟାର୍ଗେଟ କରାଯାଇଥିଲା, ଏ ନେଇ ଖୋଳତାଡ଼ ଆରମ୍ଭ ହୋଇଛି । ଫରେନସିକ୍ ଟିମ୍ ପୂରା ଘଟଣାକୁ ଯାଂଚ କରୁଛି । କେଉଁଠି ତ୍ରୁଟି ହୋଇଛି, କେଉଁଠି ଗୁଇନ୍ଦା ବିଭାଗ ଫେଲ୍ ମାରିଛି, ତା’ର ଟିକିନିକି ତଦନ୍ତ କରାଯାଉଛି ।