ମହାନଦୀ ଜଳ ବିବାଦକୁ ନେଇ ସର୍ବଦଳୀୟ ବୈଠକ : ଏଥର ମଧ୍ୟ ଯୋଗ ଦେଲାନି ବିଜେଡି

38

କନକ ବ୍ୟୁରୋ : ମହାନଦୀ ବିବାଦ ପ୍ରସଂଗରେ ପୁଣି ବସିଲା ସର୍ବଦଳୀୟ ବୈଠକ। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଛି ଏହି ବୈଠକ। ଏଥିରେ ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ରାଜ୍ୟ ବିଜେପି ସଭାପତି କେବି ସିଂହଦେଓ, ବିଜେପି ବିଧାୟକ ପ୍ରଦୀପ ପୁରୋହିତ, ଜନାର୍ଦନ ପତି, ପଂଚାନନ କାନୁନଗୋ ଏବଂ ଆନେକ ନେତା ସାମିଲ ହୋଇଛନ୍ତି । ମହାନଦୀ ଉପରମୁଣ୍ଡରେ ଛତିଶଗଡର ବ୍ୟାରେଜ ନିର୍ମାଣ ଏବଂ ଏହାଯୋଗୁଁ ଓଡିଶାର କ୍ଷତି ନେଇ ଚିନ୍ତା ପ୍ରକଟ କରିଛନ୍ତି ବିରୋଧୀ ଦଳ ନେତା । ଆସନ୍ତାକାଲି ରଷ୍ଟ୍ରପତିଙ୍କ ଉଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦିଆଯିବା ନେଇ ନିଷ୍ପତି ହୋଇଛି।