ପଂଚାୟତ ନିର୍ବାଚନ ନେଇ ଆଜି ବସିବ ସର୍ବଦଳୀୟ ବୈଠକ : ନିର୍ବାଚନ ପ୍ରସ୍ତୁତି ଓ ପରିଚାଳନା ନେଇ ହେବ ଆଲୋଚନା

33

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପଂଚାୟତ ନିର୍ବାଚନ ପାଇଁ ଆଜି ବସିବ ସର୍ବଦଳୀୟ ବୈଠକ । ଅପରାହ୍ନ ୪ ଟାରେ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ଏହି ବୈଠକ ବସିବ । ପଂଚାୟତ ନିର୍ବାଚନର ପ୍ରସ୍ତୁତି ଓ ପରିଚାଳନା ନେଇ ଏଥିରେ ଆଲୋଚନା ହେବ । ଏଥିସହ ନିର୍ବାଚନ ଆଚରଣ ବିଧି, ପ୍ରାର୍ଥୀପତ୍ର ଦାଖଲ, ରାଜନୈତିକ ଦଳଙ୍କ ଖର୍ଚ୍ଚ ଏବଂ ଗାଡି ବ୍ୟବହାର ଉପରେ ବି ବିଷଦ ଆଲୋଚନା କରାଯିବ ।

ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରିବେ ରାଜ୍ୟ ନିର୍ବାଚନ କମିଶନ । ଆସନ୍ତା ଫେବୃଆରୀରେ ପଂଚାୟତ ନିର୍ବାଚନ କରିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର । ୮୫୩ ଜିଲ୍ଲା ପରିଷଦ ଏବଂ ୬ହଜାର ୮୦୪ ଗ୍ରାମପଂଚାୟତର ୯୨ ହଜାର୪୫ଟି ୱାର୍ଡରେ ନିର୍ବାଚନ ହେବ ।

ଚଳିତ ଥର ୫ଶହ ୯୪ଟି ନୂଆ ପଂଚାୟତ ନିର୍ବାଚନରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଡିସେମ୍ବର ୨୧ ତାରିଖରେ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡାକିଥିଲେ । ତେବେ ବିଜେପିର ବନ୍ଦ ପାଳନ ଯୋଗୁଁ ବୈଠକ ହୋଇପାରିନଥିଲା । କଂଗ୍ରେସ ବି ସମାନ ପ୍ରସଙ୍ଗରେ ବୈଠକରୁ ଓହରିଯାଇଥିଲା ।