ସର୍ବଦଳୀୟ ବୈଠକରୁ ବାହାରିପାରିଲାନି ସମାଧାନର ରାସ୍ତା: ଜିଦରେ ଅଟଳ ବିରୋଧୀ

22

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ସର୍ବଦଳୀୟ ବୈଠକରେ ବାହାରିପାରିଲାନି ସମାଧାନ ରାସ୍ତା । ବୈଠକ ପରେ ବାଚସ୍ପତି ନିରଂଜନ ପୂଜାରୀ କହିଲେ, ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି ,ସମାଧାନର  ବାଟ ବାହାର କରିବାକୁ ଉଦ୍ୟମ ଜାରି ରହିବ । ତେବେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସର୍ବଦଳୀୟ ବୈଠକ ଅସମାପ୍ତ ରହିଥିବା ଗଣମାଧ୍ୟମକୁ କହିଛନ୍ତି । ସେପଟେ ବିଧାନସଭାରେ ଲାଗିରହିଥିବା ଅଚଳାବସ୍ଥା ଦୂର କରିବାକୁ କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକ ଡାକିଛନ୍ତି ବାଚସ୍ପତି । ଚିଟଫଣ୍ଡ ପ୍ରସଙ୍ଗରେ ଗୃହରେ ଆଲୋଚନା ଦାବିରେ ଅଟଳ ରହିଛନ୍ତି ବିରୋଧୀ , ଆଜି ପୁଣି ଗୃହ କାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ କରି ଅଚଳ କରିଦେଇଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟ । ଜଷ୍ଟିସ ଏମ.ଏମ.ଦାସଙ୍କ ବିବାଦୀୟ ବୟାନ ଓ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ  ବିରୋଧରେ ଉଠିଥିବା ଚିଟଫଣ୍ଡ ଲିଙ୍କ ଅଭିଯୋଗରେ ଆଲୋଚନା କରାଯାଉନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।