ଛତିଶଗଡ ବିରୋଧରେ ରଣନୀତି ପାଇଁ କଂଗ୍ରେସ ଆଜି ଡକାଇଛି ସର୍ବଦଳୀୟ ବୈଠକ : ବିଜେପି ସାମିଲ ହେବ, ବିଜେଡିର ଅଗ୍ରାହ୍ୟ

21

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ମହାନଦୀରେ ଛତିଶଗଡର ବ୍ୟାରେଜ ନିର୍ମାଣ ନେଇ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ଖୋଜିବା ପାଇଁ ଆଜି ରାଜ୍ୟ କଂଗ୍ରେସ ଡକାଇଛି ସର୍ବଦଳୀୟ ବୈଠକ । ଦିନ ୧୧ଟା ବେଳେ ଭୁବନେଶ୍ୱରସ୍ଥିତ ସ୍ୱସ୍ତି ପ୍ରିମିୟମରେ ଏହି ବୈଠକ ହେବ ବୋଲି ପୂର୍ବରୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସୂଚନା ଦେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଡାକିଛନ୍ତି ବିରୋଧୀ ଦଳ ନେତା । ବିଜେପି ମଧ୍ୟ ବୈଠକରେ ଯୋଗ ଦେବାକୁ ସମ୍ମତି ଦେଇଛି । କିନ୍ତୁ ବିଜେଡି ଏହାକୁ ପ୍ରତ୍ୟାଖ୍ୟାନ କରିଛି । ଉପସଭାପତି ଦାମୋଦର ରାଉତ କହିଛନ୍ତି, ସରକାର ଖୋଲା ମନରେ ମହାନଦୀ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ । କିନ୍ତୁ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ନିଜ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।