ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ନେଇ ତେଜିଲା ବିବାଦ ! ଜୁଲାଇ ୨୦ରୁ ଆରମ୍ଭ ହେବ ଦେଶବ୍ୟାପି ଟ୍ରକ ଧର୍ମଘଟ ।

44
ଦେଶରେ ପେଟ୍ରୋଲ ଏବଂ ଡିଜେଲର ବଢୁଥିବା ଦରକୁ ନେଇ ଏବେବି ବିବାଦ ଲାଗିରହିଛି । ତେଲ ଦର ବୃଦ୍ଧି କାରଣରୁ ଏବେବି ଲୋକମାନେ ହଇରାଣ ହରକତ ହେଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ (ଏଆଇଏମଟିସି) ଜୁଲାଇ ୨୦ ତାରିଖ ଠାରୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଦେଶବ୍ୟାପି ଧର୍ମଘଟ କରିବାକୁ ମନସ୍ତ କରିଛି ।
ଟ୍ରାନ୍ସପୋଟର୍ସଙ୍କ କହିବା ଅନୁଯାୟୀ, ସରାକାର କ୍ରମାଗତଭାବେ ପେଟ୍ରୋଲ ଏବଂ ଡିଜେଲର ଦର ବୃଦ୍ଧି କରିବାରେ ଲାଗିଛନ୍ତି । ଯାହାର ପ୍ରଭାବ ସିଧାସଳଖ ଟ୍ରାନ୍ସପୋଟର୍ସଙ୍କ ଉପରେ ପଡୁଛି । ସରକାର ଥରେ ହେଲେ ମଧ୍ୟ ଏମାନଙ୍କ ରୋଜଗାର ବିଷୟରେ ଭାବୁ ନାହାନ୍ତି । ଯାହା କାରଣରୁ ବେପାର ବଣିଜ କରିବା ଅସମ୍ଭବ ହୋଇପଡିଲାଣି ।
କଣ ରହିଛି ଟ୍ରାନ୍ସପୋଟର୍ସଙ୍କ ଦାବି :
• ପେଟ୍ରୋଲ ଡିଜେଲର ଦର ପ୍ରତିଦିନ ସଂଶୋଧନ ନହୋଇ ପ୍ରତି ତିନି ମାସରେ ଥରେ ହେଉ ।
• ଟ୍ରାନ୍ସପୋର୍ଟ ପାଇଁ ଟୋଲ ବ୍ୟାରିୟରକୁ ମୁକ୍ତ କରାଯାଉ ।
• ଥାର୍ଡ ପାର୍ଟି ବିମାରେ ଜିଏସଟିକୁ ମୁକ୍ତ କରାଯାଉ ।
• ବସ୍ ଏବଂ ପର୍ଯ୍ୟଟନ ବାହାନ ଗୁଡିକୁ ନ୍ୟାସନାଲ ପରମିଟ ଦିଆଯାଉ ।
ଏହି ସମସ୍ତ ଦାବିକୁ ନେଇ ଏଆଇଏମଟିସି ଜୁଲାଇ ମାସଠାରୁ ଦେଶବ୍ୟାପି ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଧର୍ମଘଟ କରିବା ପାଇଁ ମନସ୍ତ କରିଛି । ଏହି ଧର୍ମଘଟରେ ଦେଶର ସମସ୍ତ ଛୋଟବଡ ଟ୍ରାନ୍ସପୋଟର୍ସଙ୍କ ସମେତ ଅନ୍ୟ ବେସରକାରୀ ବସ୍ ଅପରେଟର ମାନେ ମଧ୍ୟ ସାମିଲ ହୋଇ ଏହାକୁ ସମର୍ଥନ ଜଣାଉଛନ୍ତି ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ସରକାରଙ୍କ ବିରୋଧରେ ଏହିଭଳି ଅନେକ ଧର୍ମଘଟ ହୋଇଛି । କିନ୍ତୁ ସରକାରଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଯାହା ଫଳରେ ଟ୍ରାନ୍ସପୋଟର୍ସ ମାନେ ବାରମ୍ବାର ଧର୍ମଘଟ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଉଛନ୍ତି ।