ଭାରତର ୯୦% ଗ୍ରାମୀଣ ପରିବାର ପାଖରେ ମୋବାଇଲ, ହେଲେ ଅଧେ ପରିବାର ଋଣଗ୍ରସ୍ତ : ନାବାର୍ଡ ସର୍ଭେ ରିପୋର୍ଟ

22

ଭାରତର ଗ୍ରାମୀଣ ପରିବାର ଗୁଡିକର ଆମଦାନୀ, ଜୀବନ ସ୍ତର, ରୋଜଗାର ଇତ୍ୟାଦିର ଫଟୋ ନାବାର୍ଡର ସର୍ଭେ ରିପୋର୍ଟରୁ ସାମନାକୁ ଆସିଛି । ଗ୍ରାମୀଣ ପରିବାରର ହାରାହାରି ଆୟ କୃଷି ଠାରୁ ଅଧିକ ଦୈନିକ ମଜୁରୀରୁ ହେଉଛି । ସର୍ଭେ ରେ କୁହାଯାଇଛି କି ୯୦ ପ୍ରତିଶତ ଗ୍ରାମୀଣ ପରିବାରରେ ଏବେ ମୋବାଇଲ ଅଛି ଓ ତାଙ୍କର ଜମା ପୁଂଜିର ଅଧିକାଂଶ ଭାଗ ବ୍ୟାଙ୍କକୁ ଯାଏ । ଚିନ୍ତାର ବିଷୟ ଏହା ଯେ, କୃଷି ସହ ଜଡିତ ୫୨.୫% ପରିବାର ଋଣଗ୍ରସ୍ତ ଅଛନ୍ତି ।

ଏକ ଗ୍ରାମୀଣ ପରିବାରର ହାରାହାରି ବାର୍ଷିକ ଆୟ ୧,୦୭,୧୭୨ ଟଙ୍କା । ଯେବେକି କୃଷି କାର୍ଯ୍ୟ ସହ ସଂପର୍କ ନଥିବା ପରିବାରର ହାରାହାରି ଆୟ ୮୭,୨୨୮ ଟଙ୍କା । ମାସିକ ଆମଦାନୀର ୧୯ % ଭାଗ ଚାଷରୁ ଆସେ, ଯେବେକି ହାରାହାରି ଆମଦାନୀର ଦୈନିକ ମଜୁରୀର ଭାଗ ୪୦ ପ୍ରତିଶତରୁ ଅଧିକ ।

ଗ୍ରାମୀଣ ପରିବାରର ହାରାହାରି ଆୟ ମାମଲାରେ ପଂଜାବ(୧୬,୦୨୦) ସବୁଠାରୁ ଆଗରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ କେରଳ(୧୫,୧୩୦) ଓ ତୃତୀୟ ସ୍ଥାନରେ ହରିୟାଣା(୧୨,୦୭୨) ଅଛି । ସେଇଠି ଏହି ମାମଲାରେ ଶେଷ ସ୍ଥାନରେ ଅଛି ୩ଟି ରାଜ୍ୟ- ଉତ୍ତର ପ୍ରଦେଶ(୬,୨୫୭), ଝାରଖଣ୍ଡ(୫୮୫୪) ଓ ଆନ୍ଧ୍ର ପ୍ରଦେଶ(୫୮୪୨) ।

ସର୍ଭେ ଦିନ ବକେୟା ଋଣ ମାମଲାରେ (ଆଇଓଆଇ), କୃଷି ସହିତ ଜଡିତ ୫୨.୫% ପରିବାର ଓ ୪୨.୮% ଅଣ-କୃଷି ପରିବାର ଉପରେ ଋଣ ବୋଝ ଅଛି । ଆଜି ନାବାର୍ଡ ଅଖିଳ ଭାରତୀୟ ବିତ୍ତୀୟ ସମାବେଶ ସର୍ଭେ ଅନୁସାରେ, ଅଖିଳ ଭାରତୀୟ ସ୍ତର ଉପରେ ୪୭.୪ ଗ୍ରାମୀଣ ପରିବାରର କରଜ ଅଛି ।