ଗ୍ୟାସ ଖାଉଟିଙ୍କ ପାଇଁ ଖୁସି ଖବର ! ଏଣିକି ସବୁ ରନ୍ଧନ ଗ୍ୟାସରେ ସରକାର ଦେଇପାରନ୍ତି ସବସିଡି

କେନ୍ଦ୍ର ସରକାର ସବୁ ପ୍ରକାର ରନ୍ଧନ ଗ୍ୟାସରେ ଆଗାମୀ ଦିନରେ ସବସିଡି ପ୍ରଦାନ କରିପାରନ୍ତି

360

କନକ ବ୍ୟୁରୋ : କେନ୍ଦ୍ର ସରକାର ସବୁ ପ୍ରକାର ରନ୍ଧନ ଗ୍ୟାସରେ ଆଗାମୀ ଦିନରେ ସବସିଡି ପ୍ରଦାନ କରିପାରନ୍ତି। ଏବେ ଗ୍ରାହକଙ୍କୁ ଏଲପିଜି ଓ କିରାସିନି ସବସିଡିରେ ମିଳୁଥିବାବେଳେ ଆଗାମୀ ଦିନରେ ପାଇପ ଯୋଗେ ଯୋଗାଇ ଦିଆଯାଉଥିବା ପ୍ରାକୃତିକ ଗ୍ୟାସ ଏବଂ ଜୈବିକ ଗ୍ୟାସ ଉପରେ ସବସିଡି ପ୍ରଦାନ କରାଯିବା ସମ୍ଭାବନା ରହିଛି। ନିତି ଆୟୋଗ ପକ୍ଷରୁ ପ୍ରସ୍ତୁତ ଏହି ପ୍ରସ୍ତାବ ଉପରେ ଏବେ ଆଲୋଚନା ଚାଲିଛି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସରକାରୀ ଦଳ ଏହାକୁ ନିର୍ବାଚନୀ ଇସ୍ତାହାରରେ ମଧ୍ୟ ଉଲ୍ଲେଖ କରିପାରେ।

 

ନିତି ଆୟୋଗ ପକ୍ଷରୁ ଏ ନେଇ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟକୁ ପତ୍ର ଲେଖାଯାଇଛି। ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ କହିବାନୁଯାୟୀ ଏ ବାବଦରେ ସରକାରଙ୍କୁ କେତେ ଆର୍ଥିକ ବୋଝ ବହନ କରିବାକୁ ହେବ ତାହାର ଆକଳନ କରିବାକୁ ମନ୍ତ୍ରଣାଳୟକୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ୨୦୧୮-୧୯ ଆର୍ଥିକ ବର୍ଷରେ ସରକାର ଏଲପିଜି ସବସିଡି ବାବଦରେ ୨୦ ହଜାର କୋଟି ଏବଂ କିରାସିନି ସବସିଡି ବାବଦରେ ୪୫୦୦ କୋଟି ଟଙ୍କା ଦେବା ଲାଗି ଆକଳନ କରିଛନ୍ତି।