କନକ ବ୍ୟୁରୋ : ରାଖି ଟିଏ କୁ ଗଛ ଟିଏ । ପରିବେଶ ସୁରକ୍ଷାର ବାର୍ତା ଦେଇ ନିଆରା ରାଖି ପାଳିଲେ ମାଲକାନଗିରି ଜିଲ୍ଲା ଆଦିବାସୀ ଛାତ୍ର ଛାତ୍ରୀ ମାନେ । ପଲିଥିନ ବର୍ଜନ କରି ପ୍ରାକୃତିକ ଉପାୟରେ ତାଳ ଓ ଖଜୁରୀ ପତ୍ର ସମେତ ବିଭିନ୍ନ ଫୁଲ ଦେଇ ଛାତ୍ରୀ ମାନେ ରାଖି ତିଆରି ରାଖି ତିଆରି କରି ନିଜ ନିଜ ଭାଇ ଓ ଛାତ୍ର ମାନଙ୍କୁ ବାନ୍ଧିଛନ୍ତି । ପ୍ରତି ବଦଳରେ ଛାତ୍ର ମାନେ ନିଜ ଛାତ୍ରୀ ମାନଙ୍କୁ ଗୋଟିଏ ଚାରା ଗଛ ଟିଏ ଉପହାର ସ୍ୱରୁପ ପ୍ରଦାନ କରିଛନ୍ତି । ମାଲକାନଗିରି ଜିଲ୍ଲାର ଗୋରଖୁ ।

 

ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ, କୁର୍ଶୱାଡା ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ ଓ ସିଖପାଲି ସହୀଦ ଲକ୍ଷ୍ମଣ ନାୟକ ଛାତ୍ରାବାସରେ ଏପରି ନିଆରା ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରି ପରିବେଶ ସୁରକ୍ଷା ଓ ପଲିଥିନ ବର୍ଜନ ଲାଗି ବାର୍ତା ଦେଇଛନ୍ତି ଛାତ୍ରଛାତ୍ରୀ ମାନେ । ସେପଟେ ଜଗତସିଂହପୁର ଜିଲ୍ଲା ତରଡାପଡା ଟାଇମ୍ସ ଗୁରୁକୁଳ ସ୍କୁଲରେ ନିଆରା ଢଙ୍ଗରେ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଛି । ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ ମାନେ ଗଛକୁ ଭାଇ ଭାବରେ ଗ୍ରହଣ ରାକ୍ଷୀ ବାନ୍ଧିବା ସହ ଏକ ନିଆରା ପରମ୍ପରା ସୃଷ୍ଟି କରିଛନ୍ତି ।

 

ସ୍କୁଲର ଛାତ୍ର ଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ଆସି ରାସ୍ତାରେ ଯାଉଥିବା ଯାତ୍ରୀ ମାନଙ୍କୁ ସଚେତନ କରିବା ସହ ଗଛ ଲଗାଇବା ପାଇଁ କହିଥିଲେ । ଏହା ସହିତ ପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ “ବୃକ୍ଷର ରକ୍ଷା, ଜୀବନ ସୁରକ୍ଷା” ସ୍ଲୋଗନା ଦେବା ସହ ରାସ୍ତା କଡରେ ଲାଗିଥିବା ଗଛ ଗୁଡିକୁ ଭାଇ ଭାବରେ ଗ୍ରହଣ କରି ସେମାନଙ୍କୁ ରାକ୍ଷୀ ବାନ୍ଧିବା ସହ ଗଛ କିପରି ଭାବରେ ଆମ ମାନଙ୍କୁ ରକ୍ଷା କରୁଛି ସେ ବିଷୟରେ ଲୋକମାନଙ୍କୁ ବୁଝାଇଥିଲେ । ଏଭଳି ନିଆରା ରକ୍ଷା ବନ୍ଧନ ଉତ୍ସବକୁ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ସାହଯୋଗ କରିବା ସହ ଅହା ଅନ୍ୟ ମାନଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି । ତେଣୁ ସମସ୍ତେ ଗଛ ଟିଏ ଲଗାଇବା ସହ ଗଛର ଯତ୍ନ ନେବା ପାଇଁ ଅନ୍ୟ ମାନଙ୍କୁ ସଚେତନ କରାଇଥିଲେ । ଏହା ସହିତ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କାରାଯିବାସହ ଏହି କାର୍ଯ୍ୟକ୍ରମରେ ଅନ୍ୟମାନେ ସାମିଲ ହେବାର ଆବଶ୍ୟକତା ରହିଛି ବୋଲି ସ୍କୁଲର ନିର୍ଦ୍ଦେଶକ କହିଛନ୍ତି ।

 

ତେବେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ପୁରୀ ଜଗନ୍ନାଥ ମନ୍ଦିରରେ ବଳଭଦ୍ର ଏ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ସୁଭଦ୍ରା । ସକାଳ ଯଥାବିଧି ପୂଜାର୍ଚ୍ଚନା ପରେ ମନ୍ଦିରରେ ପୂର୍ଣ୍ଣିମା ପାଳନ ହୋଇଥିଲା । ସେପଟେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଛୋଟ ଛୋଟ ପିଲାମାନେ ରାକ୍ଷୀ ବାନ୍ଧିବା ସହ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଜେପି ଦଳର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ମଧ୍ୟ ଅନେକ ଯୁବତୀ ଓ ମହିଳାମାନେ ରାକ୍ଷୀ ବାନ୍ଧିଛନ୍ତି ।