୨ଦିନ ପରେ ଆଜି ଖୋଲିଲା ଏଟିଏମ : ଦିନକୁ ଉଠାଇ ପାରିବେ ୨ହଜାର ଟଙ୍କା

37

କନକ ବ୍ୟୁରୋ : ଗତକାଲି ବ୍ୟାଙ୍କ ସେବା ଆରମ୍ଭ କରାଯାଇଥିବା ବେଳେ ଆଜି ସାରା ଦେଶରେ ଏଟିଏମ ଖୋଲିଛି । କିନ୍ତୁ ଗ୍ରାହକମାନେ ଥରକରେ ଏଟିଏମରୁ ମାତ୍ର ୨ହଜାର ଟଙ୍କା ଉଠାଇ ପାରିବେ । ପରେ ଏହି ଧାର୍ଯ୍ୟ ସୀମାକୁ ବୃଦ୍ଧି କରାଯିବ । ତେବେ ଗ୍ରାହକଙ୍କ ଅସୁବିଧାକୁ ଆଖିରେ ରଖି କେତେକ ରାଷ୍ଟ୍ରାୟତ ବ୍ୟାଙ୍କ ଟ୍ରାନଜିକ୍ସନ ଫି’ ମାସକ ପାଇଁ ଛାଡ କରିଛନ୍ତି । ଅର୍ଥାତ ଆପଣ ୫ରୁ ଅଧିକ ଥର ଟଙ୍କା ଉଠାଇଲେ ମଧ୍ୟ ଆପଣଙ୍କ ଏକାଉଂଟରୁ ଟ୍ରାନଜିକସନ ଫି’ କଟିବ ନାହିଁ ।

ଜନତାଙ୍କ ଅସୁବିଧାକୁ ଆଖିରେ ରଖି ସରକାର ଆଉ କେତେକ ସେବା ପାଇଁ ଅଚଳ ୫ଶହ ଓ ହଜାରେ ଟଙ୍କିଆ ନୋଟକୁ ଗ୍ରହଣ କରାଯିବ ବୋଲି ଘୋଷଣା କରିଛନ୍ତି । ବିଭିନ୍ନ ପ୍ରକାର ଫି, ଟିକସ ଜରିମାନା, ବିଦ୍ୟୁତ, ପାଣି ବିଲ ଆଦି ଅଚଳ ନୋଟରେ ପୈଠ କରିହେବ । ଅନ୍ୟପକ୍ଷରେ କେନ୍ଦ୍ର ସରକାର କହିଛନ୍ତି, ଭବିଷ୍ୟତରେ ନୂଆ ରୂପରେ ଆସିବ ହଜାରେ ଟଙ୍କିଆ ନୋଟ୍ ।