ରାଜୀବ ଗାନ୍ଧୀଙ୍କଠାରୁ ଭାରତରତ୍ନ ପ୍ରତ୍ୟାହାର ପ୍ରସ୍ତାବ ନେଇ ଅଡୁଆରେ ଆମ୍ ଆଦମୀ ପାର୍ଟି ! ଇସ୍ତଫା ଦେଲେ ଆପ୍ ବିଧାୟିକା ଅଳକା ଲାମ୍ବା ।

291

କନକ ବ୍ୟୁରୋ : ଦିବଙ୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନିକଟରୁ ଭାରତରତ୍ନ ପ୍ରତ୍ୟାହାର ପ୍ରସ୍ତାବକୁ ବିରୋଧ କରି ଆପରୁ ଇସ୍ତଫା ଦେଇଛନ୍ତି ଦିଲ୍ଲୀ ଆପ୍ ବିଧାୟିକା ଅଳକା ଲାମ୍ବା  । ଶୁକ୍ରବାର ଦିଲ୍ଲୀ ବିଧାନସଭାରେ ଏନେଇ ପ୍ରସ୍ତାବ ଆଗତ ହୋଇଥିବା ବେଳେ ପ୍ରସ୍ତାବକୁ ବିରୋଧ କରି ଅଳକା ଗୃହତ୍ୟାଗ କରିଥିଲେ । ପରେ ଆମ ଆଦମୀ ପାର୍ଟି ଏହି ପ୍ରସ୍ତାବରୁ ବିରତ ରହିଥିବା ବେଳେ ଅଳକା ଲାମ୍ବାଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା  ।

ସେହିପରି ଏହି ପ୍ରସଙ୍ଗରେ ସୋମନାଥ ଭାରତୀଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି  । ଆପ୍ ପରେ ୟୁଟର୍ଣ୍ଣ ନେଇ କହିଛି, ମୂଳ ପ୍ରସ୍ତାବ ରାଜୀବ ଗାନ୍ଧୀ ସମ୍ପର୍କିତ ନଥିଲା ବରଂ ଶିଖ୍ ଦଙ୍ଗା ପରିପ୍ରେକ୍ଷୀରେ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଉପରେ ପ୍ରସ୍ତାବ ରହିଥିଲା  । କିନ୍ତୁ ସୋମନାଥ ଭାରତୀଙ୍କ ନିକଟରେ ରାଜୀବ ଗାନ୍ଧୀଙ୍କ ସମ୍ପର୍କିତ ପ୍ରସ୍ତାବ ରହିଥିଲା ଯାହାକୁ ପାରିତ କରାଯାଇଥିଲା  । ସେପଟେ ପରେ କାହାକୁ ଇସ୍ତଫା ଦେବାକୁ ଚାପ ପ୍ରୟୋଗ କରାଯାଇନଥିଲା ବୋଲି ଦିଲ୍ଳୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା କହିଛନ୍ତି  ।

Comments are closed.