ଅସ୍ତରଙ୍ଗ ଦେବୀ ମୁହାଣରେ ଆକର୍ଷଣୀୟ ଦୃଶ୍ୟ : ହଜାର ହଜାର ଅଲିଭ ରିଡଲେ କଇଁଛ ଛୁଆଙ୍କ ସମାଗମ

92

କନକ ବ୍ୟୁରୋ : ଅସ୍ତରଙ୍ଗ ଦେବୀ ମୁହାଣରେ ମାଳ ମାଳ ଅଲିଭ ରିଡଲେ ଶିଶୁ ଶାବକ । ଚଳିତ ବର୍ଷ ହଜାର ହଜାର ଅଲିଭ ରିଡଲେ ଅଣ୍ଡାଦାନ କରିଥିବା ବେଳେ ସେଗୁଡିକୁ ଅସ୍ଥାୟୀ ହାଚେରୀରେ ରଖାଯାଇଥିଲା । ୫୦ ଦିନ ପରେ ସେଥିରୁ ଶିଶୁ ଶାବକ ଜନ୍ମ ହୋଇ ଏବେ ସମୁଦ୍ର ମୁହାଁ ହୋଇଛନ୍ତି ।

ଚଳିତବର୍ଷ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ବେଳେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।୪ଟି ଅସ୍ଥାୟୀ ପାଚେରୀରେ ପ୍ରାୟ ୮୮ ହଜାର ଅଣ୍ଡାକୁ ସାଇତି ରଖାଯାଇଥିବା ବେଳେ ସେଥିରୁ ୮୪ ହଜାର ଶିଶୁ ଶାବକ ଜନ୍ମ ହୋଇଛନ୍ତି । ହଜାର ହଜାର ଶିଶୁ ସାବକଙ୍କ ସମୁଦ୍ରକୁ ଗମନ କରିବା ଦୃଶ୍ୟ ପରିବେଶବିତ୍ ମାନଙ୍କୁ ବେଶ ଆନନ୍ଦିତ କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡ଼ିଓ –