ଆଲିଗଡରେ ଶିଶୁକନ୍ୟା ମୃତ୍ୟୁକୁ ନେଇ ଉତ୍ତେଜନା : ଲୋକଙ୍କ ମଧ୍ୟରେ ବଢୁଛି ତୀବ୍ର ଆକ୍ରୋଶ, ୧୪୪ ଧାରା ଉଲଂଘନ ଅଭିଯୋଗରେ ୫ ଗିରଫ

113

କନକ ବ୍ୟୁରୋ : ଆଲିଗଡ ଟପ୍ପଲ ଅଂଚଳରେ ନାବାଳିକା ମୃତ୍ୟୁକୁ ନେଇ ଦେଖିବାକୁ ମିଳିଛି ପ୍ରବଳ ଆକ୍ରୋଶ । ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ପରେ ସୁରକ୍ଷାବ୍ୟ ବସ୍ଥାକୁ କଡାକଡି କରାଯାଇଛି । ପୁରା ଅଂଚଳରେ ୧୪୪ ଧାରା ଜାରି କରାଯାଇଛି । ପୋଲିସ ଫୋର୍ସ ଆଜି ଫ୍ଲାଗ୍ ମାର୍ଚ କରିବା ସହ ରାପିଡ୍ ଆକ୍ସନ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି । ଆଜି ଏହି ଅଂଚଳରେ ଏପରି ନୃଶଂସ କାଣ୍ଡକୁ ନେଇ ମହାପଂଚାୟତ ବସିବାକୁ ଥିଲା । ତେବେ ଉତ୍ତେଜନାକୁ ନଜରରେ ରଖି ଏହାକୁ ବାତିଲ କରାଯାଇଛି ।

୧୪୪ ଧାରା ଉଲଂଘନ ଅଭିଯୋଗରେ ପୋଲିସ ୫ରୁ ଅଧିକ ଲୋକଙ୍କୁ ଗିରଫ କରିଛି । ଗତ ୩୦ ତାରିଖରେ ଟ୍ୱିଙ୍କଲ ନାମକ ଅଢେଇ ବର୍ଷର ଝିଅ ଖେଳୁଥିବା ବେଳେ ଘର ନିକଟରୁ ନିଖୋଜ ହୋଇଥିଲା । ଏନେଇ ଥାନାରେ ଏତଲା ପରେ ପୋଲିସ ଚୁପ୍ ରହିଥିଲା । ତେବେ ୫ ଦିନ ପରେ ଅଳିଆ ଗଦାରୁ ମିଳିଥିଲା ତାର ମୃତଦେହ । ଅତି ବିଭତ୍ସ ଭାବେ ହତ୍ୟା କରାଯିବା ପରେ ଏସିଡ ପକାଇ ଦିଆଯାଇଥିଲା ମୁହଁରେ । ଶରୀରରୁ ହାତକୁ ଅଲଗା କରିଦେଇଥିଲା ଦୁର୍ବୃତ୍ତ । ଗୋଡକୁ ମଧ୍ୟ ଭାଂଗି ଦେଇଥିଲା । ଏହି ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ।