ଝାରସୁଗୁଡ଼ା ବିମାନବନ୍ଦରରେ ଆଲିଆନ୍ସ ଏୟାରର ପ୍ରତିନିଧି ଦଳ ! ଭିତ୍ତିଭୂମି ଓ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲା ୪ ଜଣିଆ ଟିମ୍

89

କନକ ବ୍ୟୁରୋ : ଝାରସୁଗୁଡ଼ା ବିମାନବନ୍ଦରରେ ଆଲିଆନ୍ସ ଏଆର ୪ ଜଣିଆ ଟିମ । ଏହି ଟିମ୍ ବିମାନବନ୍ଦରରେ ଭିତ୍ତିଭୂମି ଓ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି । ସୂଚନାଯୋଗ୍ୟ ଏଲାଏନ୍ସ ଏୟାର ପକ୍ଷରୁ ୪ ଜଣିଆ ପ୍ରତିଦିଥି ଦଳ ଟି.ସହାୟଙ୍କ ନେତୃତ୍ୱରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ପରିଦର୍ଶନ କରିଛନ୍ତି । ବିମାନବନ୍ଦରର ନିର୍ଦ୍ଦେଶକ ଅନୁପସ୍ଥିତ ଥିବାରୁ ତାଙ୍କ ସହକାରୀ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ୪ ଜଣିଆ ଟିମ୍ ।

ସୂଚନା ଅନୁସାରେ ଭୁବନେଶ୍ୱର, ରାୟପୁର ଓ କଲିକତା ପରି ୩ଟି ବଡ଼ ସହରକୁ ଝାରସୁଗୁଡ଼ା ବିମାନବନ୍ଦରରୁ ବିମାନ ଉଡ଼ାଣ ଭରିବ ଆଲିଆନ୍ସ ଏୟାରର ବିମାନ । ବିମାନ ବନ୍ଦର ପରିଦର୍ଶନ ପରେ ଆସନ୍ତା ୧୦ ଦିନ ଭିତରେ ନିଷ୍ପତ୍ତି ନିଆଯିବ ବୋଲି କହିଛି ଟିମ୍ ।

ସୂଚନାଯୋଗ୍ୟ ଫେବୃୟାରୀ ୯ରେ ସ୍ପାଇସ୍ ଜେଟ କର୍ତ୍ତୃପକ୍ଷ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ପରିଦର୍ଶନ କରିଥିଲେ । ବିମାନ ବନ୍ଦରଠାରେ ଥିବା ଭିତ୍ତିଭୂମି ଓ ସୁରକ୍ଷା ବ୍ୟବସ୍ଥା ସହିତ ଯାତ୍ରୀଙ୍କ ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।