ବଲିଉଡ ଜଗତରେ ଜୋରଦାର ଚର୍ଚ୍ଚା ! କପୁର ପରିବାରର ବୋହୂ ହେବେ କି ଆଲିଆ ?

55

ପ୍ରଥମେ ଦୀପିକା ପାଦୁକୋନ, ତା’ପରେ କ୍ୟାଟ୍ରିନା କୈଫଙ୍କ ସହ ବଲିଉଡର ଚକଲେଟ ବଏ ରଣବୀର କପୁରଙ୍କ ପ୍ରେମ ସମ୍ପର୍କ ରହିଥିବା ନେଇ ଖବର ଚର୍ଚ୍ଚାରେ ରହିଥିଲା । ଏହି ଦୁଇ ନାୟିକାଙ୍କ ସହ ରଣବୀରଙ୍କ ବିବାହ କରିବା ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା । କିନ୍ତୁ କିଛିଦିନ ପରେ ଏହି ଚର୍ଚ୍ଚା ଥମି ଯାଇଥିଲା । ଏହା ପରେ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ନେଇ ହୋଇଥିଲା ଅନେକ ଚର୍ଚ୍ଚା । କିନ୍ତୁ ଏବେ ରଣବୀରଙ୍କ ନାମ ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ତଥା ଷ୍ଟୁଡେଣ୍ଟ ଅଫ୍ ଦ ଇୟର ଫେମ ଆଲିୟା ଭଟ୍ଟଙ୍କ ସହିତ ଯୋଡା ହୋଇଛି । ଏହା ମଧ୍ୟ ଶୁଣିବାକୁ ମିଳୁଛି କି ଦୁହେଁ ଖୁବ ଶୀଘ୍ର ବିବାହ କରିବେ ବୋଲି । ପ୍ରମୁଖ ଫ୍ୟାଶନ ଡିଜାଇନର ମନୀଷ ମଲ୍ଲହୋତ୍ରା ଦେଇଥିବା କିଛି ବୟାନ ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ।

କଥାଟି ଏପରିକି, ନିକଟରେ ମନୀଷ ମଲ୍ଲହୋତ୍ରା ଓ ସୋନାକ୍ଷୀ ସିହ୍ନା ବଲିଉଡ ଅଭିନେତ୍ରୀ ନେହା ଧୂପିଆଙ୍କ ଚାଟ ସୋ’ରେ ଅତିଥି ଭାବେ ଯୋଗ ଦେଇଥିଲେ । ସେଠାରେ ମନୀଷଙ୍କୁ ପ୍ରଶ୍ନ କରାଯାଇଥିଲା କି ବଲିଉଡର ୨୦୧୮ର ହୁକ ଅପ୍ କାହାର ହେବ । ତତକ୍ଷଣାତ୍ ମନୀଷ ଆଲିୟା ଓ ରଣବୀରଙ୍କ ନାମ ନେଇଥିଲେ । ଅନ୍ୟ ପକ୍ଷରେ ସେହି ସୋ’ରେ ନେହା ସୋନାକ୍ଷୀଙ୍କୁ ୨୦୧୮ର ବ୍ରେକଅପ କାହାର ହେବ ବୋଲି ମଧ୍ୟ ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ ସୋନାକ୍ଷୀ ଆଲିୟା ଓ ସିଦ୍ଧାର୍ଥଙ୍କ ନାମ ନେଇଥିଲେ । ଉଭୟ ମନୀଷ ଓ ସୋନାକ୍ଷୀଙ୍କ ଏପରି ଉତ୍ତର ଚର୍ଚ୍ଚାକୁ ମସଲା ଯୋଗାଉଛି । ଦେଖାଯାଉ ରଣବୀର ଏବଂ ଆଲିୟା କେବେ ପରସ୍ପରକୁ ଜୀବନସାଥୀ ଭାବେ ଗ୍ରହଣ କରୁଛନ୍ତି ନା ପୂର୍ବଭଳି କେବଳ ଚର୍ଚ୍ଚାରେ ଏହି ଦୁଇଜଣଙ୍କ ସର୍ମ୍ପକ ସୀମିତ ରହୁଛି ।