କେବଳ ଭଲ ଅଭିନେତ୍ରୀ ନୁହଁ ଜଣେ ଭଲ ମଣିଷର ଉଦାହରଣ ଦେଲେ ଚୁଲବୁଲି ଆଲିଆ ଭଟ୍ଟ ! ଏଭଳି ଉପାୟରେ କଲେ ଲୋକଙ୍କ ସାହାଯ୍ୟ ।

44

ବଲିଉଡ କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟ ଖୁବ କମ ବୟସରୁ ବିଭିନ୍ନ ପ୍ରକାର ଅଭିନୟ କରିସାରିଲେଣି ।ସେ ରାଜି, ହାଇୱେ ଏବଂ ଉଡତା ପଂଜାବ ଭଳି ଫିଲ୍ମରେ ନିଜର ଅଭିନୟ ଦେଇ ଏକ ପରିଚୟ ବନାଇ ସାରିଲେଣି । ଆଲିୟା ନା କେବଳ ସୁନ୍ଦର ମାତ୍ର ସେ ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି । ଏବେ କିଛି ଦିନ ତଳେ ସେ ଏଭଳି କିଛି କାର୍ୟ୍ୟ କରିଛନ୍ତି ଯାହା ଶୁଣି ସମସ୍ତେ ତାଙ୍କ ଉପରେ ଗର୍ବ ଅନୁଭବ କରିବେ ।

ଏଠାରେ ଆମେ କହି ରଖୁଛୁ ଯେ ଆଲିୟା ନିଜର କିଛି ଖାସ ଜିନିଷକୁ ନିଲାମ କରିବାକୁ ଚିନ୍ତା କରିଥିଲେ ମାତ୍ର ଏବେ ଆଉ ଏକ ନୂଆ ଖବର ଶୁଣିବାକୁ ମିଳିଛି ।ଆଲିୟା ନିଜର କିଛି ଖାସ ଜିନିଷକୁ ନିଲାମ କରିଛନ୍ତି । ରିପୋର୍ଟ ମୁତାବକ ଆଲିୟା ନିଜର ଯେଉଁ ଜିନିଷ ନିଲାମ କରିଛନ୍ତି ସେଥିରୁ ମିଳିଥିବା ଟଙ୍କା ଏକାଠି କରାଯାଇଛି । ସେହି ଟଙ୍କାରେ ସେ କର୍ଣ୍ଣାଟକର ମଣ୍ଡ୍ୟା ଜିଲ୍ଲାସ୍ଥିତ କିକେରୀ ଗ୍ରାମରେ ୪୦ପରିବାରକୁ ବିଜୁଳି ଦେବା ଲାଗି ସ୍ଥିର କରାଯାଇଛି । ଏହିଭଳି ସାମାଜିକ କାର୍ୟ୍ୟ କରିବା ଲାଗି ଆଲିୟାଙ୍କୁ ବାଙ୍ଗାଲୁରୁର ଏକ ସଂସ୍ଥା ମଧ୍ୟ ସାହାଯ୍ୟ କରୁଛି ।

ଆଲିୟା କିଛି ଦିନ ତଳେ ଏକ ଟ୍ୱିଟ କରିଥିଲେ । ଏହି ଟ୍ୱିଟରେ ସେ ଲେଖିଥିଲେ ‘ମି ୱାଡରବ ଇଜ ସୁ ୱାଡରବ’କୁ ମିଳିଥିବା ଆଶ୍ଚର୍ୟ୍ୟଜନକ ରେସପନ୍ସ ଦ୍ୱାରା ଅନ୍ଧକାରରେ ରହୁଥିବା ୪୦ ପରିବାରଙ୍କୁ ବିଜୁଳି ଉପଲବ୍ଧ ପାଇଁ ସାହାଯ୍ୟ ମିଳିପାରିଛି । ଏଥିରେ ସବୁଠାରୁ ଭଲ କଥା ହେଉଛି ଏହି ପ୍ରୟାସରେ ଏବେ ଆହୁରୀ ୨୦୦ପରିବାରକୁ ଆଲୋକ ଯୋଗାଇବା ପାଇଁ ଯୋଜନା ଚାଲିଛି । ସତରେ , ଆଲିୟାଙ୍କର ଏଭଳି କାର୍ୟ୍ୟ ପ୍ରଶଂସନୀୟ ଅଟେ ।