କପିଲ ଶର୍ମାଙ୍କ ଲେଉଟାଣି ପରେ ସୋ’ରେ ନଜର ଆସିପାରନ୍ତି ‘ଦାଦି’ ! ସୋକୁ ଫେରିବା ପାଇଁ ଇଚ୍ଛା ଜାହିର କଲେ ଅଲ୍ଲୀ ଅସଗର

85

କପିଲ ଶର୍ମାଙ୍କ ସୋ ଛାଡ଼ିବା ପରେ ହାସ୍ୟଭିନେତା ଅଲୀ ଅସଗର ‘ଲିପ୍ ସିଙ୍କ୍ ବ୍ୟାଟେଲ’ ଓ ‘ଦ ଡ୍ରମା କମ୍ପାନୀ’ରେ ନଜର ଆସୁଛନ୍ତି । ନିକଟରେ ଅଲ୍ଲୀ ଏକ ୱେବସାଇଟକୁ ନିଜ କାମ ଓ କପିଲ ଶର୍ମାଙ୍କ ସହ ହୋଇଥିବା ଝଗଡ଼ା ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି । ନବଭାରତ ଟାଇମ୍ସ ସହ ଆଲୋଚନା ସମୟରେ ଅଲ୍ଲୀ ଅସଗର କହିଛନ୍ତି, ମୁଁ ମହିଳାଙ୍କ ରୂପେରେ ଆସି ଆସି ଥକି ଗଲିଣି । ମୁଁ ଅଲଗା ପ୍ରକାର ଭୂମିକାରେ ଅଭିନୟ କରିବା ପାଇଁ ଚାହୁଁଥିଲି । ସୋ’ ଛାଡ଼ିବା ପରେ ମୋତେ ୭ ମାସ ପର୍ଯ୍ୟନ୍ତ କିଛି କାମ ମିଳିଲା ନାହିଁ । କିନ୍ତୁ ‘ଲିପ୍ ସିଙ୍କ ବ୍ୟାଟେଲ’କୁ ମୁଁ ମନା କରିପାରିଲି ନାହିଁ ।

କପିଲଙ୍କ ସୋ’ରୁ ଅଲଗା ହେବା ମାମଲା ଉପରେ ଅଲ୍ଲୀ କହିଛନ୍ତି, ମୋର ଓ କପିଲଙ୍କ ମଧ୍ୟରେ କୌଣସି ଝଗଡ଼ା ନଥିଲା । ତାହା ଏକ ଦୁର୍ଘଟଣା ଥିଲା, ଯାହା ହେବାର ଥିଲା ଆଉ ହେଲା । ସେକଥା ଚିନ୍ତା କରି କିଛି ଲାଭ ନାହିଁ । ଯେତେବେଳ ତାଙ୍କୁ ପଚରାଗଲା, କପିଲଙ୍କ ସୋ ଆରମ୍ଭ ହେଲେ ସେ ପୁଣି ଥରେ ସୋ’ରେ ସାମିଲ ହେବେ କି, ଏହି ପ୍ରଶ୍ନର ଜବାବରେ ଅଲ୍ଲୀ କହିଥିଲେ, ଯଦି ଏପରି ହୁଏ ମୁଁ ନିଶ୍ଚୟ କପିଲଙ୍କ ସୋ’ରେ ସାମିଲ ହେବି । ଆମେ ଅଲଗା ହୋଇନୁ । ମୁଁ ପ୍ରାର୍ଥନା କରୁଛି କପିଲ ଯଲଦି ଠିକ ହୋଇଯାଆନ୍ତୁ । ମୁଁ ତାଙ୍କର ଜଣେ ଶୁଭଚିନ୍ତକ ଅଟେ । ପ୍ରତିଦ୍ୱନ୍ଦିତା ବିଷୟରେ ପଚାରିବାରୁ ଅଲ୍ଲୀ କହିଲେ ମୋର କାହା ସହ କøଣସି ପ୍ରତିଦ୍ୱନ୍ଦିତା ନାହିଁ । ଆଜି ଆମେ ଏଇଠି ଆଉ କିଛି ଦିନ ପରେ ଅନ୍ୟ କୌଣସି ସୋର ।

ଅଲଗା ଅଲଗା ଚ୍ୟାନେଲରେ ଆସୁଥିବା କମେଡ଼ି ସୋ ବିଷୟରେ ଅଲ୍ଲୀ କହିଛନ୍ତି, ଜୀବନରେ କମେଡିର ଭୂମିକା ବହୁତ ଗରୁରତ୍ୱପୂର୍ଣ୍ଣ । ଅଲଗା ଅଲଗା ଚ୍ୟାନେଲରେ କମେଡ଼ି ସୋ’ ଆସିବା ବହୁତ ହିଁ ଖୁସି କବର । ସୂଚନାଯୋଗ୍ୟ ମଝି ଅକାଶରେ କପିଲ ଶର୍ମା ଓ ସୁନୀଲ ଗ୍ରୋଭରଙ୍କ ମଧ୍ୟରେ ଝଗଡ଼ା ପରେ ସୋରୁ ଅଲ୍ଲୀ ଅସଗର, ଚନ୍ଦନ ପ୍ରଭାକର, ସୁଗନ୍ଧା ମିଶ୍ର ଆଦି କଳାକାର ଛାଡ଼ି ଦେଇଥିଲେ । ଯା’ପରେ ସୋ’ର ଟିଆରପି ପୁରା ଖସି ଯାଇଥିଲା । ଏହା ବ୍ୟତୀତ କପିଲଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଯୋଗୁଁ ଏବେ ସୋ କିଛି ଦିନ ପାଇଁ ବନ୍ଦ ହୋଇସାରିଛି । କିନ୍ତୁ କପିଲ ଠିକ୍ ହେବ ପରେ ସୋ’ ପୁଣିି ଥରେ ଆରମ୍ଭ କରାଯିବ ।

alli asgarସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଖବର ଆସିଥିଲା କପିଲ ଶର୍ମା ବେଙ୍ଗାଲୁରୁରେ ରହି ଆୟୁର୍ବେଦିକ ଚିକିତ୍ସା କରାଉଛନ୍ତି । ଉଚ୍ଚ ରକ୍ତଚାପ, ସୁଗାର ଓ ଖରାପ ଖାଦ୍ୟଶୃଙ୍ଖଳକୁ ଠିକ କରିବା ଲାଗି ଚିକିତ୍ସା ବହୁତ ଜରୁରୀ ଥିଲା ବୋଲି ନିଜେ ପ୍ରକାଶ କରିଥିଲେ କପିଲ ଶର୍ମା । ତେଣୁ କିଛି ଅଧିକ ଅସୁବିଧା ହେବା ପୂର୍ବରୁ ବିଶ୍ରାମ ନେବା ପାଇଁ ନିଷ୍ପତ୍ତି ନେବାକୁ ଉଚିତ ମଣିଥିଲେ ବୋଲି କପିଲ କହିଥିଲେ । ତେବେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ନିଜର ସିନେମାର ପ୍ରମୋସନ କରିବେ କପିଲ ଶର୍ମା । ଆଉ ତା’ପରେ ଫୁଲ ଦମରେ ସୋ’କୁ ଫେରିବିି ବୋଲି ବୋଲି କପିଲ ସୂଚନା ଦେଇଥିଲେ  ।