ସତୀତ୍ୱର ଦାମ ୧୬ କୋଟି ! ଟଙ୍କା ପାଇଁ ନିଜକୁ ବିକ୍ରି କଲେ ଯୁବତୀ

99

ଟଙ୍କା ପାଇଁ ଜଣେ କଣ କରିପାରେ ? ଅଧିକରୁ ଅଧିକ ଧାର୍ ଆଣିପାରେ, ଭିକ ମାଗିପାରେ, ଚୋରୀ କିମ୍ବା ଡକାୟତି କରିପାରେ । ଆଉ ଅତି ବେଶୀ ହେଲେ ହତ୍ୟା । କିନ୍ତୁ ରୋମାନିଆର ଜଣେ ଯୁବତୀ ଟଙ୍କା ପାଇଁ ଏଭଳି ଏକ କାରନାମା କରିଛନ୍ତି ଯାହା ଆଜି ତାଙ୍କୁ ଚର୍ଚ୍ଚାର ପରିସରକୁ ଟାଣିଆଣିଛି । ୧୮ ବର୍ଷୀୟ ଆଲେକ୍ସାଣ୍ଡ୍ରା କେଫ୍ରେନ୍ ୧୬କୋଟି ଟଙ୍କାରେ ହଙ୍ଗକଙ୍ଗର ଜଣେ ବ୍ୟବସାୟୀଙ୍କୁ ବିକ୍ରି କରିଛନ୍ତି ନିଜ ସତୀତ୍ୱ । ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏଭଳି ଏକ ଖବର ପ୍ରକାଶ କରିଛି ଡେଲି ମେଲ୍  ।

କେଫ୍ରେନଙ୍କ ଏହି ବିବାଦୀୟ ନିଷ୍ପତିରେ ପରିବାର ଲୋକ ଘୋର ବିରୋଧ କରିଥିଲେ ସୁଦ୍ଧା ସେ ନିଜ ନିଷ୍ପତିରେ ଅଟଳ ରହିଛନ୍ତି । କେଫ୍ରେନଙ୍କ କହିବା ଅନୁଯାୟୀ ସତୀତ୍ୱ ବିକ୍ରି କରିବାର ଧାରଣା ସେ ସିନେମା ‘ଇନଡିସେଂଟ୍ ପ୍ରପୋଜାଲ୍’ରୁ ପାଇଥିଲେ । ଏହି ସିନେମାରେ ଅନୁପ୍ରାଣିତ ହୋଇ ମାତ୍ର ୧୫ ବର୍ଷ ବୟସରେ ଏହି ପଦକ୍ଷେପ ପାଇଁ ନିଷ୍ପତି ନେଇଥିଲେ । ଆଉ ଏଥିପାଇଁ ସେ ସିଣ୍ଡ୍ରେଲା ଏସ୍କର୍ଟ ନାମକ ଏକ ସଂସ୍ଥାଠାରୁ ସାହାଯ୍ୟ ନେଇଥିଲେ ।

କେଫ୍ରେନ୍ କହିଛନ୍ତି ଏହି ଟଙ୍କାରେ ନିଜ ପରିବାର ପାଇଁ ଏକ ଘର ସହ ଖୁସି କିଣିବାକୁ ଚାହୁଁଛନ୍ତି । ହେଲେ କେଫ୍ରେନଙ୍କ ଏହି ନିଷ୍ପତି କିନ୍ତୁ ପରିବାର ଲୋକଙ୍କୁ ଆଘାତ ଦେଇଛି ।

ଏହା ସହ ଦେଖନ୍ତୁ ପାଠ ପାଇଁ ପାଗଳ ! ୨୦ଟି ଡିଗ୍ରୀ ଥିବା ଭାରତର ଏକମାତ୍ର ନାଗରିକ