ମତଗଣନା ସମୟରେ ହିଂସା ଯେଭଳି ନହେଉ ଏହାକୁ ଆଖି ଆଗରେ ରଖି ଗୃହ ମନ୍ତ୍ରାଳୟ ସବୁ ରାଜ୍ୟକୁ କଲେ ଆଲର୍ଟ !

51

ଲୋକସଭା ୨୦୧୯ ନିର୍ବାଚନର ବିଜୟୀ କିଏ ହେବ କାହାକୁ ମିଳିବ ଦେଶ ଚଳାଇବାର ଗୁରୁ ଦାୟିତ୍ୱ ଏହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଗଲାଣି । ଏହାର ଫଳାଫଳ ବାହାରିବାରେ ମାତ୍ର କେଇ ଘଣ୍ଟାର ସମୟ ବାକି ଅଛି । ଏକ୍ସିଟ୍ ପୋଲରେ ଏନଡିଏକୁ ବହୁମତ ମିଳିବାର ଅନୁମାନ କରାଯାଉଛି ।

ଗୁରୁବାର ଦେଶର ବିଭିନ୍ନ ସ୍ଥାନରେ ମତଗଣନାକୁ ଆଖି ଆଗରେ ରଖି ଗୃହମନ୍ତ୍ରାଳୟ ସତର୍କ ହୋଇଯାଇଛନ୍ତି ଏବଂ ସବୁ ରାଜ୍ୟର ଚିଫ୍ ସେକ୍ରେଟାରୀ ଏବଂ ଡିଜିପିଙ୍କୁ ଆଲର୍ଟରେ ରଖିଛନ୍ତି । କେନ୍ଦ୍ରଶାସିତ ପ୍ରଦେଶରେ ଷ୍ଟ୍ରଙ୍ଗରୁମର ସୁରକ୍ଷା ପାଇଁ କଡା ପଦକ୍ଷେପ ନିଆଯାଉଛି ।