ପୁଣି ଥରେ ହୋଇପାରେ ପୁଲୱାମା ଭଳି ଆକ୍ରମଣ । ମୋଷ୍ଟ ୱାଣ୍ଟେଡ ମୁସା ମୃତ୍ୟୁର ପ୍ରତିଶୋଧ ନେବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ଆତଙ୍କବାଦୀ, ସର୍ତକ ସୂଚନା ଜାରି କଲା ଗୁଇନ୍ଦା ବିଭାଗ

161

ପୁଣି ଥରେ ହୋଇପାରେ ପୁଲୱାମା ଭଳି ଆକ୍ରମଣ । ଜମ୍ମୁ-କାଶ୍ମୀରରେ ଆଇଡି ବିସ୍ପୋରଣ ହେବା ନେଇ ଧମକ ମିଳିବା ପରେ ଏବେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଜାକିର ମୁସାର ଏନକାଉଣ୍ଟର ପ୍ରତିଶୋଧ ନେବାକୁ ଆତଙ୍କବାଦୀ ମାନେ ଏଭଳି ଆକ୍ରମଣ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ଆଉ ଏହି ସୂଚନା ମିଳିବା ପରେ ରାଜରାସ୍ତା ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଏହାପୂର୍ବରୁ ପାକିସ୍ତାନ ଆଇଡି ବିସ୍ଫୋରଣ ହେବା ନେଇ ଭାରତ ଓ ଆମେରିକାକୁ ସୂଚନା ଦେଇଛି । ଆଉ ପାକିସ୍ତାନର ଏହି ସୂଚନା ଆଧାରରେ ସୁରକ୍ଷାବାହିନୀକୁ ଆଲର୍ଟ କରାଯାଇଛି । ତେବେ ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀ ପ୍ରସଙ୍ଗରେ ଅର୍ନ୍ତଜାତୀୟ ଚାପରୁ ବଞ୍ଚିବା ପାଇଁ ପାକିସ୍ତାନ ଏଭଳି ଉପାୟ ଆପଣାଇଛି । ଏହି ସୂଚନା ଏସସିଓ ସମ୍ମିଳନୀ ପୂର୍ବରୁ ପାକିସ୍ତାନ ଭାରତ ଓ ଆମେରିକାକୁ ଦେଇ ଆତଙ୍କବାଦ ବିରୋଧରେ ଲଢୁଥିବାର ଦର୍ଶାଇବାକୁ ଚାହିଁଥିଲା ।

ତେବେ ଏସସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇ ଆତଙ୍କବାଦୀ ଓ ଆତଙ୍କବାଦକୁ ପୋତ୍ସାହିତ କରୁଥିବା ଦେଶ ଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅପିଲ୍ କରିଥିଲେ । ଏପରିକି ଆତଙ୍କବାଦୀଙ୍କୁ ନିପାତ କରିବାକୁ ସମସ୍ତଙ୍କୁ ଏକାଠି ହେବାକୁ ମଧ୍ୟ ଅପିଲ କରିଥିଲେ ।