‘ସୁନ୍ଦରୀ’ ପାଇଁ ସତର୍କ ସୂଚନା । ନନ୍ଦିନିଆ ସଂରକ୍ଷିତ ଜଙ୍ଗଲ ମଧ୍ୟକୁ ବାଘୁଣୀ ଚାଲି ଆସିଛି ବୋଲି କହିଲା ହିନ୍ଦୋଳ ବନାଂଚଳ ବିଭାଗ

ସତର୍କ ରହିବାକୁ ପରାମର୍ଶ

94

କନକ ବ୍ୟୁରୋ: ବାଘୁଣୀ ସୁନ୍ଦରୀକୁ ନେଇ ଜାରି ହେଲା ସତର୍କ ସୂଚନା । ସାତକୋଶିଆ ଜଙ୍ଗଲରେ ଥିବା ସୁନ୍ଦରୀ ଏବେ ଢେଙ୍କାନାଳ ହିନ୍ଦୋଳ ବନାଂଚଳର ନନ୍ଦିନିଆ ସଂରକ୍ଷିତ ଜଙ୍ଗଲକୁ ଚାଲି ଆସିଛି ବୋଲି ହିନ୍ଦୋଳ ବନାଂଚଳ ବିଭାଗ ସ୍ଥାନୀୟ ଲୋକଙ୍କୁ ସତର୍କ କରିଦେଇଛି । ସଂରକ୍ଷିତ ଜଙ୍ଗଲ ଭିତରକୁ ନଯିବା ସହ ଗୃହପାଳିତ ପଶୁଙ୍କୁ ମଧ୍ୟ ଜଙ୍ଗଲକୁ ନଛାଡିବା ପାଇଁ ହିନ୍ଦୋଳ ବନାଂଚଳ ବିଭାଗ ସୂଚନା ଜାରି କରିଛି । ବାଘୁଣୀ ସୁନ୍ଦରୀକୁ ନିଶ୍ଚେତକ ଦେବା ପାଇଁ ବିଶେଷଜ୍ଞ ଦଳ ଉଦ୍ୟମ ଜାରି ରଖିଥିବା ବେଳେ ଏପଟେ ସୁନ୍ଦରୀ ନନ୍ଦିନିଆ ସଂରକ୍ଷିତ ଜଙ୍ଗଲକୁ ଚାଲି ଆସିଛି ।

ମହାବଳକୁ ଧରିବା ମୁସ୍କିଲ ହୋଇପଡିଛି । ସାତକୋଶିଆରେ ଧରା ଦେଉନି ସୁନ୍ଦରୀ । ବିଶେଷଜ୍ଞ ଦଳକୁ ଚକମା ଦେଇ ବାରମ୍ବାର ଖସିଯାଉଛି ବାଘୁଣୀ । ବାଘ ଧରିବାକୁ ଚନ୍ଦକାରୁ ଆସିଛି ହାତୀ । ବନ ବିଭାଗ ବାରମ୍ବାର ବିଫଳ ହେବାପରେ ଅପରେସନରେ ସାମିଲ ହୋଇଛି ତାଲିମପ୍ରାପ୍ତ କୁମକି ହାତୀ ଯଶୋଦା ।

ବଂଶ ବୃଦ୍ଧି କରିବାକୁ ମଧ୍ୟପ୍ରଦେଶରୁ ଅଣାଯାଇଥିବା ବାଘୁଣୀଟି ମଣିଷଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ରହିଛି । ପ୍ରମାଣ ହୋଇନଥିଲେ ମଧ୍ୟ ପ୍ରତିଶେଧମୂଳକ ପଦକ୍ଷେପ ଭାବେ ତାକୁ ଖୋଲାରେ ନରଖିବାକୁ ନିଷ୍ପତିି ନିଆଯାଇଛି । ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରି ନନ୍ଦନକାନନ ପଠାଇ ଦେବାକୁ ପ୍ରୟାସ ଜାରି ରହିଛି ।

 

ମତାମତ

Your email address will not be published.