ଅସହ୍ୟ ତାତିରେ କଲବଲ ହେବ ଓଡ଼ିଶା। ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ ଉପରେ ରହିବ ପାରା। ସିଭିୟର ହିଟୱେଟ୍ ସତର୍କତା

238

କନକ ବ୍ୟୁରୋ: ସାରା ରାଜ୍ୟରେ ବଢୁଛି ତାପମାତ୍ରା । ଆଗାମୀ ୫ ଦିନରେ ତାତି ବଢିବା ନେଇ ଆକଳନ କରିଛି ଓସଡମା । ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ରୁ ୪୫ ଡିଗ୍ରୀ ରହିବା ସମ୍ଭାବନା ରହିଛିା ରାଜ୍ୟରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । ଏହା ଆହୁରି ବଢିପାରେ ବୋଲି ଓସଡମା ପୂର୍ବାନୁମାନ କରିଛି ।

ଆକଳନ ଅନୁସାରେ, ବାଲେଶ୍ୱର, ଭଦ୍ରକ, କଟକ, ଢେଙ୍କାନାଳ , ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା ଖୋର୍ଧା, ମୟୁରଭଞ୍ଜ, ରାୟଗଡା, ପୁରୀ ଓ ନୟାଗଡରେ ତାତି ବଢିପାରେ । ଏହାକୁ ଦୃଷ୍ଟିରୁ ରଖି ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି । ବିଶେଷ କରି ଖରାରେ ନ ବାହାରିବା, କାମ କରିବା ସ୍ଥାନରେ ପର୍ଯ୍ୟାପ୍ତ ପରିମାଣରେ ପାଣି ରଖିବାକୁ ପରାମର୍ଶ ଦିଆଯାଇଛି ।

Odisha Sun Times

ସେହିଭଳି ଖରାରେ ବିଶେଷକରି ଦିନ ୧୨ଟରୁ ୩ଟା ମଧ୍ୟରେ ବାହାରକୁ ନବାହାରିବାକୁ କୁହାଯାଇଛି । ଆଉ ବାହାରକୁ ବାହାରିଲେ ମୁଣ୍ଡରେ ଓଦାକନା ପରାଇବାକୁ ପରାମର୍ଶ ଦେଇଛି ବିଭାଗ । ରୋଷେଇ କରିବା ସମୟରେ ଝରକା, କବାଟ ଖୋଲାରଖିବାକୁ ବି ପରାମର୍ଶ ଦେଇଛି ଓସଡାମା ।