ମହିମା ଧର୍ମର ପ୍ରଚାରକ ବାବା ଜୟକୃଷ୍ଣଙ୍କ ମହାପ୍ରୟାଣ : ଶତାୟୁ ବାବାଙ୍କ ବୟସକୁ ନେଇ ଚର୍ଚ୍ଚା

156

ଆଉ ନାହାନ୍ତି ବହ୍ମାବଧୂତ ବାବା ଜୟକୃଷ୍ଣ । ବାବା ଜୟକୃଷ୍ଣ ଥିଲେ ଅଲୌକିକ ଶକ୍ତିର ଅଧିକାରୀ । ଖଣ୍ଡଗିରି ସତ୍ୟ ମହିମା ଆଶ୍ରମର ପ୍ରତିଷ୍ଠାତା ଥିଲେ ବାବା । ବୟସ ହାର ମାନିଥିଲା ଏହି ମହାପୁରୁଷଙ୍କ ନିକଟରେ। ଶତାଧିକ ବର୍ଷ ଜୀବିତ ଥିଲେ ବାବା । ତାଙ୍କର ଲୀଳା ଥିଲା ଦୈବିକୃତ । ଗତକାଲି ବାବାଙ୍କ ମହାପ୍ରୟାଣ ପରେ ମହିମା ଧର୍ମ ଅନୁଯାୟୀ ତାଙ୍କ ମରଶରୀରକୁ ସମାଧି ଦିଆଯାଇଛି।

ବାବା କେଉଁଠି ଓ କେବେ ଜନ୍ମ ଗ୍ରହଣ କରିଥିଲେ ?ବାବାଙ୍କ ବୟସ କେତେ ? ବାବା କେବେଠାରୁ ମହିମା ଧର୍ମର ପ୍ରଚାର କରୁଥିଲେ ? ଏହାର ହିସାବ କାହା ପାଖରେ ନାହିଁ। ଆଶ୍ରମର ଅନ୍ୟ ଅନ୍ତେବାସୀଙ୍କ ଆକଳନ ଅନୁଯାୟୀ ବାବାଙ୍କ ବୟସ ୧୦୦ରୁ ଅଧିକ। ଶ୍ରଦ୍ଧାଳୁ ମାନଙ୍କ କହିବା ମୁତାବକ ବାବାଙ୍କ ବୟସ ପାଖାପାଖି ୧୫୦। କାରଣ ବାପା ଜେଜେବାପା ଅମଳରୁ ସେମାନେ ବାବାଙ୍କୁ ଏହି ଅବସ୍ଥାରେ ଦେଖି ଆସୁଛନ୍ତି।

କିନ୍ତୁ ବାବା କେବେଠାରୁ ଏହି ସ୍ଥାନକୁ ଆସିଥିଲେ ଓ ବାବାଙ୍କୁ ମୃତ୍ୟୁ ବେଳକୁ କେତେ ବୟସ ହୋଇଥିଲା ତାହାକୁ ନେଇ ଲାଗିରହିଛି କଳ୍ପନା ଜଳ୍ପନା । ସ୍ଥାନୀୟ ଲୋକଙ୍କ କହିବା କଥା ଯେ ବାବା ଅଲୈାକିକ ଶକ୍ତିର ଅଧିକାରୀ ଥିଲେ। ଏପରିକି ବାବା ତାଙ୍କ ମୃତ୍ୟୁ ସମୟ ବହୁ ପୂର୍ବରୁ ଜାଣି ସାରିଥିଲେ। ତେଣୁ ମୃତ୍ୟୁ ପୂର୍ବରୁ ଖାଦ୍ୟପେୟ ତ୍ୟାଗ କରି ଧ୍ୟାନମୁଦ୍ରାରେ ବସି ରହିଥିଲେ । ଖାଲି ଓଡିଶା ନୁହେଁ ରାଜ୍ୟ ବାହାରେ ମଧ୍ୟ ସେ ମହିମା ଧର୍ମକୁ ପ୍ରଚାର କରୁଥିଲେ।