ରେଳ ଟିକେଟ୍ ବିକ୍ରି କଲେ ମିଳୁଛି ଭଲ କମିଶନ୍ ! ଭାରତୀୟ ରେଳବାଇ ସହ କରନ୍ତୁ ବ୍ୟବସାୟ

102

ଟଙ୍କା ରୋଜଗାର ପାଇଁ ଲୋକେ ବହୁତ ପରିଶ୍ରମ କରିଥାନ୍ତି । ବର୍ତ୍ତମାନ ସମୟରେ ବିଭିନ୍ନ ଦିଗରେ ନୂଆ ନୂଆ ନିଯୁକ୍ତି ସୁଯୋଗ ବାହାରୁଛି । ଦେଶରେ ହୁ ହୁ ହୋଇ ଜନସଂଖ୍ୟା ବଢୁଥିବାବେଳେ ଚାକିରି ଗୁଡିକ ପାଇଁ ଅନେକ ପ୍ରତିଦ୍ୱନ୍ଦିତା ମଧ୍ୟ ଦେଖିବାକୁ ମିଳୁଛି । ଅଧିକ ଦରମା ଥିବା ଚାକିରି ଖଣ୍ଡିଏ ପାଇଁ ଯୁଗ ସହ ତାଳ ଦେଇ ଉଚ୍ଚ ଶିକ୍ଷା ହାସଲ କରିବାକୁ ପଡୁଛି । ରୋଜଗାର କରିବାର ବିଭିନ୍ନ ମାଧ୍ୟମ ରହିଛି । ତେବେ ଏଥିପାଇଁ କଠିନ ପରିଶ୍ରମ ଓ ଟିକିଏ ବୁଦ୍ଧି ଖଟାଇବା ଜରୁରୀ । ଆପଣ ରେଳ ଟିକେଟ୍ ବିକ୍ରି କରି ଭଲ ଆୟ କରିପାରିବେ । ଆଇଆରସିଟିସି ଦେଉଛି ଏହି ସୁଯୋଗ ଦେଉଛି । ଆଇଆରସିଟିସି ଦ୍ୱାରା ରେଳ ଟ୍ରାଭେଲ ସର୍ଭିସ ଏଜେଣ୍ଟ୍ (ଆରଟିଏସ୍) ନିଯୁକ୍ତ କରାଯାଏ । ଯିଏ ନିଜ ସହରରେ ଅନଲାଇନ୍ ଟିକେଟ୍ ବୁକ୍ କରିପାରିବେ । ଆଉ ସେମାନଙ୍କୁ ମିଳିବ ଆକର୍ଷକ କମିଶନ୍ । ଆପଣ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ । ଏହାର ପୁରା ପ୍ରକ୍ରିୟା ବିଷୟରେ ଆସନ୍ତୁ ଜାଣିବା ।

railway ticketଆଇଆରସିଟିସି ଦ୍ୱାରା ପ୍ରତି ସହରରେ ଅନେକ ଏପରି ଏଜେଂଟକୁ ନିଯୁକ୍ତ କରାଯାଏ । ଯେଉଁମାନେ ଆଇଆରସିଟିସିର ୱେବସାଇଟରେ ଅନଲାଇନ୍ ଟିକେଟ୍ ବୁକିଂ କରିପାରିବେ । ଏଜେଣ୍ଟ ହେବା ପାଇଁ ବ୍ୟକ୍ତିଗତ ଡିଜିଟାଲ ସାର୍ଟଫିକେଟ୍ ନେବାକୁ ପଡ଼େ । ଏହା ପ୍ରତିବଦଳରେ ତାଙ୍କୁ ଭଲ କମିଶନ୍ ଦିଆଯାଏ । ଆଉ ଏଥିପାଇଁ ଆଇଆରସିଟିସି ସଠିକ୍ ମୂଲ୍ୟ ନିର୍ଣ୍ଣୟ କରିଛି । ଯାହାକୁ ଆପଣ ରେଳ ସର୍ଭିସ ଏଜେଣ୍ଟ ରୂପରେ ନେଇପାରିବେ । ଆପଣ ସ୍ଲିପର କ୍ଲାସର ଟିକେଟ ଉପରେ ଅଧିକ ୩୦ ଟଙ୍କା ଓ ଏସି ଟିକେଟ ଉପରେ ଅଧିକ ୬୦ ଟଙ୍କା ଗ୍ରାହକଙ୍କ ଠାରୁ ଆଦାୟ କରିପାରିବେ ।

ଜାଣନ୍ତୁ କିପରି କରିବେ ଆବେଦନ ?

ଆପଣଙ୍କୁ ୧୦୦ ଟଙ୍କା ଷ୍ଟାମ୍ପ୍ ପେପରରେ ଏଗ୍ରିମେଂଟ କରିବା ପାଇଁ ପଡ଼ିବ । ଏହା ବ୍ୟତୀତ ୨୦ ହଜାର ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ କରିବାପାଇଁ ପଡ଼ିବ । ଆଇଆରସିଟିର ରେଜିଷ୍ଟ୍ରେସନ୍ ଫର୍ମ ଭରି ତାହାର କପି ମଧ୍ୟ ଲଗାଇବା ପାଇଁ ପଡ଼ିବ । ରେଜିଷ୍ଟ୍ରେସନ ଫର୍ମ http://contents.irctc.co.in/en/  ରୁ ଡାଇନଲୋଡ଼୍ କରିବା ପାଇଁ ପଡ଼ିବ । ଏହା ବ୍ୟତୀତ ଏଜେଣ୍ଟ ହେବ ପାଇଁ ବ୍ୟକ୍ତିଗତ ଡିଜିଟାଲ ସାର୍ଟିଫିକେଟ୍ ମଧ୍ୟ ନେବାକୁ ପଡ଼ିବ । ସମ୍ମନ୍ଧିତ ଜୋନାଲ ରେଲୱେରୁ ମଧ୍ୟ ଚିଠି ନୋବକୁ ପଡ଼ିବ । ପ୍ୟାନ୍ କାର୍ଡ଼ , ବିତଗ ବର୍ଷର ଇନକମ ଟାକ୍ସ ରିଟର୍ଣ୍ଣ ଓ ଠିକଣା ମଧ୍ୟ ଦେଖାଇବା ପାଇଁ ପଡ଼ିବ ।