ମଦ୍ୟପାନ କରିବା ଦ୍ୱାରା ଦୁନିଆରେ ପ୍ରତିବର୍ଷ ୨୮ ଲକ୍ଷ ଲୋକଙ୍କ ହୋଇଥାଏ ମୃତ୍ୟୁ, ରିପୋର୍ଟରେ ହେଲା ଖୁଲାସା

39

ଗବେଷକଙ୍କ କହିବାନୁସାରେ, ପ୍ରତିବର୍ଷ ମଦ ଯୋଗୁଁ କ୍ୟାନସର ଓ ହୃଦୟ ସଂପର୍କିତ ରୋଗ ସହିତ ସଡ଼କ ଦୁର୍ଘଟଣାରେ ୨୮ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ । ବିସ୍ତୃତ ଅନୁସଂଧାନ ମୁତାବକ, କେବେ କେବେ ମଦ ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଲାନ୍ସେଟ୍ ମେଡିକାଲ ଜର୍ନଲରେ ଥିବା ରିପୋର୍ଟ ମୁତାବକ ବର୍ଷ ୨୦୧୬ରେ ମଦ କାରଣରୁ ୨୮ ଲକ୍ଷ ଲୋକଙ୍କୁ ନିଜ ଜୀବନ ହରାଇବାକୁ ପଡିଲା ।

ବୈଜ୍ଞାନିକମାନେ ଏକ ମସ୍ତିଷ୍କ ପ୍ରୋଟିନ୍ ର ଚିହ୍ନଟ କରିଛନ୍ତି, ଯେଉଁ ବ୍ୟକ୍ତି ମଦ ପିଇବା କ୍ଷମତା ସହ ଜଡିତ ଅଛି । ଏହି ବୈଜ୍ଞାନିକଙ୍କ ମଧ୍ୟରେ ଜଣେ ଭାରତୀୟ । ଏହି ଗବେଷଣା ଦ୍ୱାରା ମଦ ଭଳି ଖରାପ ଅଭ୍ୟାସରୁ ମୁକ୍ତି ପାଇବା ପାଇଁ ଏହାର ଚିକିତ୍ସାର ମାର୍ଗ ପ୍ରଶସ୍ତ ହୋଇପାରିବ । ମସ୍ତିଷ୍କ ପ୍ରୋଟିନ୍, ଯାହାକୁ ଏମୟୁଏନସି ୧୩-୧ କୁହନ୍ତି, ତାହା ମଦ ପିଇବାର କ୍ଷମତା ବିକାଶରେ ଏକ ମହତ୍ୱପୂଣ୍ଣ ର୍ ଭୂମିକା ନିର୍ବାହ କରେ । ମଦଭ୍ୟାସ ସାରା ଦୁନିଆରେ ସବୁଠାରୁ ମହତ୍ୱପୂର୍ଣ୍ଣ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରୁ ଗୋଟାଏ ।

ଅନୁଧ୍ୟାନରୁ ଜଣାପଡିଛି, ଯଦି କୈାଣସି ବ୍ୟକ୍ତି ଥରେ ମଦ ପିଇ ତାହାକୁ ସହ୍ୟ କରିନେଉଛି, ତାହେଲେ ସେ ଦ୍ୱିତୀୟ ଥର ଆଉ ପିଏ । ଯଦି ମଦକୁ ଏମୟୁଏନସି ୧୩-୧ ଠାରୁ ବାନ୍ଧିବାରୁ ରୋକିପାରିବା ତାହେଲେ ମଦ୍ୟପଙ୍କ ଠାରେ ମଦକୁ ସହ୍ୟ କରିବା କ୍ଷମତା ହ୍ରାସ କରିହେବ ଓ ମଦଭ୍ୟାସକୁ ବି ରୋକିହେବ । ମଦ ପିଇବା ଦ୍ୱାରା ଶରୀରରେ ହେଉଥିବା କ୍ଷତି :-

• ଲିଭର ଓ ଯକୃତକୁ କ୍ଷତି ପହଂଚେ ।

• ଏହା ୨୦୦ରୁ ଅଧିକ ରୋଗ ସୃଷ୍ଟି କରିପାରେ ।

• ଏହା ଭୋଜନ ନଳୀରେ ପ୍ରଭାବ ପକାଏ ।

• ସ୍ତନ କର୍କଟ ଓ ଅନ୍ତ ନଳୀ କର୍କଟ ପାଇଁ ଏହା ଦାୟୀ ।

• ପେଟରେ ଅଲସର ମଧ୍ୟ ହୁଏ ।

• ପାଚନ ତନ୍ତ୍ରରେ ଖରାପ ପ୍ରଭାବ ପଡେ ।