ଭୁବନେଶ୍ୱର : ସଚିବାଳୟରୁ ବିରଳ ଧଳା କଇଁଛ ଉଦ୍ଧାର

74

କନକ ବ୍ୟୁରୋ : ସଚିବାଳୟରେ ଧଳା କଇଁଛ । ରାଜ୍ୟ ସଚିବାଳୟ ପରିସରରୁ ଉଦ୍ଧାର ହୋଇଛି ଏକ ବିରଳ ପ୍ରଜାତିର ଧଳା କଇଁଛ । କଇଁଛଟି ସଚିବାଳୟ କ୍ୟାଂଟିନ ନିକଟରେ ଥିବା ନାଳ ନିକଟରେ ବୁଲୁଥିବା ବେଳେ କିଛି କର୍ମଚାରୀ ଏହାକୁ ଦେଖିଥିଲେ । ପରେ ଏହାକୁ ଉଦ୍ଧାରର କରି ସ୍ନେକ୍ ହେଲ୍ପ ଲାଇନର କର୍ମକର୍ତାଙ୍କୁ ହସ୍ତାନ୍ତର କରିଥିଲେ । କଇଁଛଟିର ରଙ୍ଗ ସମ୍ପୂର୍ଣ୍ଣ ଧଳା ହୋଇଥିବା ବେଳେ ପେଟର ରଙ୍ଗ ସାମାନ୍ୟ ଗୋଲାପୀ । ଆଲବିନୋ ପ୍ରଜାତିର ଏହି କଇଁଛ ବର୍ଷା ପାଣିରେ କେଉଁଠାରୁ ଚାଲିଆସିଥିବା ସନ୍ଦେହ କରାଯାଉଛି । ଏହାକୁ ନନ୍ଦନକାନନରେ ଛଡାଯିବ ବୋଲି ଜଣାପଡିଛି ।