କ୍ରିକେଟକୁ ବାଏ ବାଏ କଲେ କୁକ୍ । ଭାରତ ବିପକ୍ଷରେ ଓଭାଲରେ ଖେଳିବେ ଶେଷ ମ୍ୟାଚ୍

80

କ୍ରିକେଟକୁ କୁକଙ୍କ ବାଏ ବାଏ । ଇଂଲଣ୍ଡ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟସମ୍ୟାନ ଆଲିଷ୍ଟର କୁକ୍ ଅର୍ନ୍ତଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବାକୁ ନିଷ୍ପତି ନେଇଛନ୍ତି । ଭାରତ ବିପକ୍ଷରେ ଓଭାଲରେ ହେବାକୁ ଥିବା ପଞ୍ଚମ ଟେଷ୍ଟ ଖେଳିବା ସହ କ୍ରିକେଟକୁ ଅଲବିଦା କହିବେ କୁକ୍ । ନିଜ କ୍ୟାରିୟରରେ କୁକ୍ ୧୨୨୫୪ ରନ କରିଛନ୍ତି । ଇଂଲଣ୍ଡ ପକ୍ଷରୁ କୁକ୍ ସର୍ବାଧିକ ୧୬୦ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଓଭାଲରେ ୧୬୧ତମ ମ୍ୟାଚ ଖେଳିବା ସହ କୁକ୍ କ୍ରିକେଟରୁ ଅବସର ନେବେ ।

ଚଳିତ ସିରିଜରେ କୁକଙ୍କ ଖରାପ ପ୍ରଦର୍ଶନ ଜାରି ରହିଛି । ଏପରିକି ତାଙ୍କୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠୁଛି । କାରଣ ଲଗାତାର ଭାବେ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିବାରେ ବିଫଳ ହେଉଛନ୍ତି କୁକ୍ । ତେବେ ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ନେବା ପରେ ମଧ୍ୟ କାଉଣ୍ଟିଂ କ୍ରିକେଟ ଖେଳିବା ଜାରି ରଖିବେ କୁକ୍ ।

କୁକ ନିଜର ପ୍ରତିକ୍ରିୟାରେ କହିଛନ୍ତି, ଗତ କିଛି ମାସ ହେଲା ବହୁତ ଚିନ୍ତା କରିବା ପରେ ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତି ନେଇଥିଲି । ଭାରତ ବିପକ୍ଷରେ ସିରିଜ ଜିତିବା ପରେ ଆଉ ବିଳମ୍ବ ନକରି କ୍ରିକେଟରୁ ସନ୍ନ୍ୟାସ ନେବାକୁ ସ୍ଥିର କରିଛି । ଭାରତ ବିପକ୍ଷରେ ଓଭାଲରେ ଶେଷ ଟେଷ୍ଟ ମ୍ୟାଚ ଖେଳିବେ କୁକ୍ । ଦୀର୍ଘ ଦିନ ଧରି ଇଂଲଣ୍ଡ ଟିମ ସହ ଯୋଡି ହୋଇଥିବାରୁ ଗର୍ବିତ ବୋଲି କହିଛନ୍ତି କୁକ୍ ।