ବ୍ରହ୍ମଗିରି ଶ୍ରୀଅଲାରନାଥଙ୍କ ମନ୍ଦିରରେ ଅଣସର ଦର୍ଶନ ଶେଷ : ବ୍ରହ୍ମନାରାୟଣ ବେଶରେ ମହାପ୍ରଭୁ

61

ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅଣସର ପିଣ୍ଡିକୁ ବିଜେ ପରେ ବ୍ରହ୍ମଗିରି ଶ୍ରୀଅଲାରନାଥଙ୍କ ମନ୍ଦିରରେ ହେଉଥିବା ଅଣସର ଦର୍ଶନ ଶେଷ ହୋଇଛି । ୪ଦିନ ଧରି ଶ୍ରୀଜିଉଙ୍କ ଅଣସର ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା । ଆଜି ଅଣସର ଦର୍ଶନର ଶେଷ ଦିନରେ ଭୋର ଚାରିଟାରେ ମନ୍ଦିର ଫିଟା ଯିବା ପରେ ମଙ୍ଗଳ ଆଳତୀ, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି ହୋଇ ବଲ୍ଲଭ ଉଠିଥିଲା । ସକାଳ ୬ଟାରୁ ସର୍ବସାଧାରଣ ଶ୍ରୀଜିଉଙ୍କ ବ୍ରହ୍ମନାରାୟଣ ବେଶ ଦର୍ଶନ କରିଥିଲେ ।

alarnath

ମଧ୍ୟ୍ୟାହ୍ନ ସାଢ଼େ ୧୨ଟାରେ ବିଜେ କାହାଳୀ ବାଜି ସକାଳ ଧୂପ ନୀତି ବଢିବା ପରେ ସାଢେ ଗୋଟାଏରେ ଦ୍ୱିପ୍ରହର ଧୂପ ଉଠିଥିଲା । ସଂଧ୍ୟା ଆଳତୀ, ମଇଲମ ପରେ ସର୍ବସାଧାରଣ ଦର୍ଶନରେ ଭକ୍ତଙ୍କ ଗହଳି ଲାଗି ରହିଥିଲା । ବ୍ୟାରିକେଡ୍‌ ଦେଇ ଭକ୍ତ ଦିନ ତମାମ ଶୃଙ୍ଖଳାର ସହିତ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ମେଘୁଆ ପାଗ ସାଙ୍ଗକୁ ନବଯୌବନ ଦର୍ଶନ ଓ ରଥଯାତ୍ରା ପାଇଁ ପୁରୀକୁ ଭକ୍ତଙ୍କ ଭିଡ ଲାଗିଥିବା ବେଳେ ଅଣସର ଦର୍ଶନ ପାଇଁ ମଧ୍ୟ ପ୍ରବଳ ଜନସମାଗମ ହୋଇଥିଲା । ଆଜି ଚତୁର୍ଦ୍ଧା ମୂର୍ତ୍ତି ନବଯୌବନ ବେଶରେ ଦର୍ଶନ ଦେବେ ।