ଶ୍ରୀଜିଉ ଅଣସର ଘରେ : ଭକ୍ତଙ୍କ ଭିଡ ଅଲାରନାଥ ପୀଠରେ

47

ବ୍ରହ୍ମଗିରି : ଶ୍ରୀମନ୍ଦିରରେ ପଟିଦିଅଁ ଦର୍ଶନ ଦେଉଥିବା ବେଳେ ଅଣସର ସମୟରେ ସମସ୍ତଙ୍କ ଧ୍ୟାନ ଥାଏ ଅଲାରନାଥଙ୍କ ପାଖରେ । ସ୍ନାନ ପୂର୍ଣ୍ଣିମା ପରେ ଭକ୍ତଙ୍କ ଭିଡ ଜମୁଛି ବ୍ରହ୍ମଗିରି ନିକଟସ୍ଥ ଅଲାରନାଥ ପୀଠରେ । ଶ୍ରୀଜିଉଙ୍କ ଅଣସର ଦର୍ଶନ ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି । ବ୍ୟାରିକେଡ ଦେଇ ଶୃଙ୍ଖଳିତ ଭାବେ ପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ବ୍ୟବସ୍ଥା ମଧ୍ୟ କରାଯାଇଛି । ଅଲାରନାଥ ଦର୍ଶନ ବେଳେ ସବୁଠାରୁ ଆକର୍ଷିୟ କଥା ହେଉଛି ଏଠାକାର କ୍ଷୀରୀ ଭୋଗ ।