ଶ୍ରୀଜିଉ ଅଣସର ଘରକୁ ଯିବା ପରେ ଚଳଚଂଚଳ ପ୍ରଭୁ ଅଲାରନାଥଙ୍କ ପୀଠ : ଠାକୁରଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲାଗୁଛି ଗହଳି

49

ବ୍ରହ୍ମଗିରି : ଶ୍ରୀଜିଉ ଅଣସର ଘରକୁ ଯିବା ପରେ ଚଳଚଂଚଳ ହୋଇପଡ଼ିଛି ପ୍ରଭୁ ଅଲାରନାଥଙ୍କ ପୀଠ । ଠାକୁରଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗୁଛି । ଅତ୍ୟଧିକ ସ୍ନାନ ଯୋଗୁଁ ଅଣସର ଘରେ ଜ୍ୱରରେ କମ୍ପୁଛନ୍ତି ଶ୍ରୀଜିଉ । ଠାକୁରଙ୍କ ଉପଚାର ପାଇଁ ହେଉଛି ଗୁପ୍ତନୀତି । ପ୍ରିୟ ଠାକୁରଙ୍କୁ ଶ୍ରୀମନ୍ଦିରରେ ଦର୍ଶନ ନ ପାଇ ଭକ୍ତମାନେ ବ୍ରହ୍ମଗିରିର ଅଲାରନାଥଙ୍କ ପୀଠକୁ ଧାଇଁ ଆସୁଛନ୍ତି ଶହ ଶହ ଶ୍ରଦ୍ଧାଳୁ । ବିଶ୍ୱାସ ରହିଛି ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ ।