ଆତଙ୍କବାଦୀ ସଙ୍ଗଠନ ଅଲକଏଦା ଟାର୍ଗେଟରେ ଭାରତର IAS ଓ IPS ଅଧିକାରୀ ! ଲୋନ ଓଲ୍ଫ ଆଟାକ କରି ହତ୍ୟା କରିବାକୁ ଯୋଜନା, ଅଡ଼ିଓ ଟେପରେ ହେଲା ଖୁଲାସା

49

ଆଲକଏଦା ଟାର୍ଗେଟରେ ଭାରତର ଆଇଏଏସ ଓ ଆଇପିଏସ ଅଫିସର । ଅଫିସରଙ୍କୁ ହତ୍ୟା କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଆତଙ୍କବାଦୀ ସଙ୍ଗଠନ ଅଲକଏଦା । ଭାରତରେ ସକ୍ରିୟ ଥିବା ଅଲକଏଦା ସଙ୍ଗଠନ ଏଥିପାଇଁ ମୁସଲମାନ ଯୁବକ ମାନଙ୍କୁ ଦେଶ ବିରୋଧରେ ଜିହାଦ ପାଇଁ ଉସକାଉଛନ୍ତି । ଆଉ ଏହାସହ ହିନ୍ଦୁ ଆଇଏଏସ ଓ ଆଇପିଏସ ଅଧିକାରୀଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି ଅଲକଏଦା । ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ମିଳିଥିବା ଏକ ଅଡ଼ିଓ କ୍ଲିପରୁ ଏହାର ପର୍ଦ୍ଦାଫାଶ ହୋଇଛି ।

ଅଡ଼ିଓ କ୍ଲିପରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ସଂଭଳରେ ରହୁଥିବା ମୌଲାନା ଅସିମ ଓମରବୋର୍ନ ବିଜେପି ସରକାରକୁ ମୁସିଲିମ ବିରୋଧୀ କହିବା ସହ ନିନ୍ଦା କରିଛନ୍ତି । ଏହାସହ ଲୋନ ଓଲ୍ଫ ଆକ୍ରମଣରେ ଆଇଏଏସ ଓ ଆଇପିଏସ ଅଧିକାରୀଙ୍କୁ ହତ୍ୟା କରିବା ପାଇର୍ ମୁସଲିମ ଯୁବକ ମାନଙ୍କୁ ପ୍ରସ୍ତୁତ କରୁଥିବାର ଘଟଣା ସାମ୍ନାକୁ ଆସିଛି । ମୌଲାନାଙ୍କ କହିବା ଅନୁଯାୟୀ, ଦଙ୍ଗା ସମୟରେ ଆଇଏଏସ ଓ ଆଇପିଏସ ଅଧିକାରୀ ମାନେ ମୁସଲିମଙ୍କ ଘରୁ ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ଓ ଗୁଳି, ବାରୁଦ ଜମା କରିବାକୁ ଚାପ ପକାଇଥାନ୍ତି । ଫଳରେ ଏହି ଅଫିସରଙ୍କୁ ନେଇ ମୁସଲିମ ମାନଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ତେବେ ଏହି ଅଡ଼ିଓ ଟେପ ସାମ୍ନାକୁ ଆସିବା ପରେ ଦିଲ୍ଲୀ ପୋଲିସ ଆଇଏଏସ ଓ ଆଇପିଏସ ଅଧିକାରୀଙ୍କୁ ସାବଧାନ ରହିବାକୁ କହିଛି । ଏନେଇ ପୁଲିସ ପକ୍ଷରୁ ଏକ ସର୍ତକ ସୂଚନା ଜାରି କରାଯାଇଛି ।

ଅଡ଼ିଓ ଟେପରେ ଉମର ଭାରତୀୟ ମୁସଲମାନଙ୍କୁ ୟୁରୋପୀୟ ମୁସଲମାନଙ୍କୁ ଫଲୋ କରିବାକୁ କହୁଛି । ୟୁରୋପ ମୁସଲମାନ ଯୁବକ ମାନେ ଯେଉଁଭଳି ଭାବେ ଲୋନ ବୁଲ୍ଫ ଆକ୍ରମଣ ଦ୍ୱାରା ପୂରା ୟୁରୋପ ମହାଦେଶରେ ଆତଙ୍କ ସୃଷ୍ଟି କରିଥିଲେ ଠିକ୍ ସେହିଭଳି ଢଙ୍ଗରେ ଆକ୍ରମଣ କରିବାକୁ ଉସକାଉଛି ମୌଲାନ ଉମର । ୨୦୧୪ ମସିହାରେ ମୌଲାନା ଅସିମ ଉମରବୋର୍ନଙ୍କୁ ଅଲ –ଜବାହାରୀ ସଙ୍ଗଠନ ଦ୍ୱାରା ଭାରତୀୟ ଉପମହାଦେଶର ମୁଖ୍ୟ ଭାବେ ଘୋଷଣା କରାଯାଇଥିଲା । ଏହାପରେ ମୌଲାନା ଜଣକ ମୁସଲିମ ଯୁବକ ମାନଙ୍କୁ ଭାରତ ବିରୋଧରେ ଆକ୍ରମଣ କରିବାକୁ ଉସକାଉଛି । ମୌଲାନା କହିବା ଅନୁଯାୟୀ, ଭାରତରେ ମୁସଲିମ ମାନଙ୍କୁ ଧର୍ମ ପରିବର୍ତ୍ତନ କରିବା ଓ ଭାରତ ମାତା କି ଜୟ କହିବାକୁ ବାଧ୍ୟ କରାଯାଉଛି ।
ଲୋନ ଓଲ୍ଫ ଆଟାକ : କୋକିଶିଆଳଙ୍କ ଭଳି ଆକ୍ରମଣ କରିବାକୁ ଲୋନ ଓଲ୍ଫ ଆଟାକ କୁହାଯାଏ । ଜଣେ ବ୍ୟକ୍ତି ଏକାକୀ ଏଭଳି ଆକ୍ରମଣ କରିଥାଏ । ଏଭଳି ଆକ୍ରମଣ ପାଇଁ କୌଣସି ଦଳର ଆବଶ୍ୟକତା ରହିନଥାଏ । ଲୋନ ଓଲ୍ଫ ଆକ୍ରମଣ କରିବା ପୂର୍ବରୁ ଆତଙ୍କବାଦୀ ଜନଗହଳିପୂର୍ଣ୍ଣ ସ୍ଥାନରେ ଏଭଳି ଭାବରେ ପ୍ରବେଶ କରିଥାଏ ଏହାର ସମକ୍ୟ ସୂଚନା ମଧ୍ୟ କେହି ପାଇ ନଥାନ୍ତି । ଥରେ ଆତଙ୍କବାଦୀ ଜଣକ ଭିଡ ମଧ୍ୟରେ ପଶିଯିବା ପରେ ଅଚାନକ ଗ୍ରେନେଡ, ବନ୍ଧୁକ ଓ ବିଭିନ୍ନ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ସାଧାରଣ ଲୋକଙ୍କୁ ଆକ୍ରମଣ କରିଥାଏ । ଏହାର ଝଲକ ପୂର୍ବରୁ ୟୁରୋପ ମହାଦେଶରେ ଦେଖିବାକୁ ମିଳିଛି ।