ଅଲକାଏଦାର ସାଂଘାତିକ ଷଡଯନ୍ତ୍ର ! କାଶ୍ମୀର ଜିତିବାକୁ ଭାରତର ୪ଟି ସହରକୁ ବିସ୍ପୋରଣରେ ଉଡାଇବାକୁ ଯୋଜନା, ସହାୟତା କରୁଛି ଆଇଏସଆଇ

77

ଭାରତ ବିରୋଧରେ ଏବେ ସାଂଘାତିକ ଷଡଯନ୍ତ୍ର ରଚନା କରୁଛି ଦୁର୍ଦ୍ଦଷ ଆତଙ୍କବାଦୀ ସଂଗଠନ ଆଲକାଏଦା । ପୂରା ବିଶ୍ୱରେ ନିଜର କାୟା ମେଲାଇବା ଅଲକାଏଦା ଓସମା ବିନ୍ ଲାଦେନ ମରିବା ପରେ ଦୁର୍ବଳ ହୋଇଥିଲା । କିନ୍ତୁ ପୁଣିଥରେ ଏବେ ଏହି ଆତଙ୍କବାଦୀ ସଂଗଠନ ମୁଣ୍ଡ ଟେକିବା ଆରମ୍ଭ କଲାଣି । ନୂଆ ରୂପରେ ମୁଣ୍ଡ ଟେକୁଥିବା ଏହି ଆତଙ୍କବାଦୀ ସଂଗଠନର ପ୍ରଥମ ଟାର୍ଗେଟରେ ରହିଛି ଭାରତ । ଏନେଇ କିଛି ଦିନ ପୂର୍ବେ ଏକ ଭିଡିଓ ଜାରି କରି ଭାରତ ବିରୋଧରେ ଯୁଦ୍ଧ କରିବାକୁ ଜିହାଦୀ ମାନଙ୍କୁ ଉସକାଇଛି ଅଲକାଏଦା । କାଶ୍ମୀରକୁ ହାତେଇବା ପାଇଁ ଏକ ନୂଆ ଋଣନୀତି ପ୍ରସ୍ତୁତ କରିଛି ଅଲକାଏଦା । ଏହି ଆତଙ୍କବାଦୀ ସଂଗଠନର କମାଣ୍ଡର ଏକ ଭିଡିଓ ଜାରି କହିଛି କାଶ୍ମୀରକୁ ହାତେଇବା ପାଇଁ ଭାରତର ଅନ୍ୟ ବଡ ବଡ ସହରରେ ଆତଙ୍କବାଦୀ ଆକ୍ରମଣ କରିବାକୁ ହେବ ।

ukraine-blast-reuters_650x400_61506530304ଭିଡ଼ିଓରେ ଅଲକାଏଦାର କମାଣ୍ଡର ଓସାମା ମହମ୍ମୁଦ ଜିହାଦୀଙ୍କୁ ସଂଗଠନର ରଣନୀତି ବିଷୟରେ ସୂଚନା ଦେଇଛି । ଅଲକାଏଦାର ନୂଆ ଋଣନୀତି ଅନୁଯାୟୀ, କାଶ୍ମୀରର ସୁରକ୍ଷା ପାଇଁ ଭାରତ ୬ ଲକ୍ଷ ଯବାନଙ୍କୁ ଏଠାରେ ମୁତୟନ କରିଛି । ଏପରିକି ଭାରତର ଶକ୍ତିଶାଳୀ ସୁରକ୍ଷା ବାହିନୀ କାଶ୍ମୀର ସୁରକ୍ଷାରେ ନିୟୋଜିତ ଅଛନ୍ତି । ତେଣୁ କୋଲକତା, ବେଙ୍ଗାଲୁର, ମୁ୍ମ୍ବାଇ, ଓ ଦିଲ୍ଲୀ ଭଳି ବଡ ବଡ ସହରରେ ଯଦି ଲଗାତାର ଆକ୍ରମଣ କରାଯାଏ ତେବେ ଭାରତର ଧ୍ୟାନ କାଶ୍ମୀର ଉପରୁ ହଟିଯିବ । ଏଭଳି ସ୍ଥିତିରେ ଭାରତ ନିଜର ଅଧିକାଂଶ ସୈନ୍ୟଙ୍କୁ ଏହି ସହରରେ ନିୟୋଜିତ କରିବ । ଏହାଦ୍ୱାରା କାଶ୍ମୀର ଉପରେ କିଛି ମାତ୍ରାରେ ନିୟନ୍ତ୍ରଣ ହରାଇ ବସିବ ଭାରତ । ସେହି ସମୟ ହିଁ କାଶ୍ମୀର ଉପରେ ଆକ୍ରମଣ କରିବାର ଏକ ପ୍ରକୃଷ୍ଟ ସମୟ ବୋଲି କହିଛି ଏହି କୁଖ୍ୟାତ ଆତଙ୍କବାଦୀ । ଏହାଦ୍ୱାରା କାଶ୍ମୀରରେ ଆତଙ୍କବାଦୀଙ୍କର ବିଜୟ ହେବ ବୋଲି ଜେହାଦୀ ମାନଙ୍କୁ ଭିଡ଼ିଓରେ କହିଛି ଓସାମା ।

burning-cars_2215749kଭାରତକୁ ଯୁଦ୍ଧ କ୍ଷେତ୍ରରେ ପରିଣତ କରିବାକୁ ଜିହାଦୀଙ୍କୁ ଆହ୍ୱାନ ଦେଇଛି ଓସାମା । ଏପରିକି କାଶ୍ମୀର ପ୍ରସଙ୍ଗରେ ସମସ୍ତ ମୁସଲିମଙ୍କୁ ଏକାଠି ହେବା ସହ ଜିହାଦରେ ସାମିଲ ହେବାକୁ କହିଛି ଓସାମା । ଏହାଛଡା ବ୍ରାବି ମସଜିଦ ଭଙ୍ଗା କଥା ଉଠାଇ ମୁସଲିମ ସଂପ୍ରଦାୟଙ୍କୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଛି ଅଲକାଏଦା । ଆଉ ଏଥିରେ ପାକିସ୍ତାନର ଗୁଇନ୍ଦା ଆଇଏସଆଇ ଆଲକଏଦାକୁ ସମ୍ପୂର୍ଣ୍ଣ ଭାବେ ସହାୟତା କରୁଛି । ଏସବୁ ବ୍ୟତୀତ କଂଗ୍ରେସ , ବିଜେପି, ସମାଜବାଦୀ ପାର୍ଟି, ଡିଏମକେ, ତୃଣମୁଳ କଂଗ୍ରେସ ଓ ବହୁଜନ ସମାଜବାଦୀ ଦଳ ଠାରୁ ମୁସଲିମ ମାନଙ୍କୁ ଦୂରେଇ ରଖିବାକୁ ସର୍ତକ କରିଛି ଆଲକଏଦା ।

କେବଳ ଆଲକାଏଦା ନୁହେଁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ନଜର ମଧ୍ୟ ଏବେ ଭାରତ ଉପରେ ରହିଛି । ଗୋଟିଏ ପଟେ ଇଣ୍ଡିଆନ ମୁଜାହିଦ୍ଦିନ ଓ ଲସ୍କର-ଇ-ତୋଇବା ଭଳି ଆତଙ୍କବାଦୀ ସଂଗଠନ ଦୁବର୍ଳ ହେଉଥିବା ବେଳେ ଆଲକାଏଦା ଓ ଆଇଏସଆଇଏସ ଭଳି ସଙ୍ଗଠନ ମୁଣ୍ଡ ଟେକିବା ଏବେ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି । ନୂଆବର୍ଷରେ ଭାରତରେ ବମ ବିସ୍ପୋରଣ କରି ପୁଣିଥରେ ରକ୍ତର ନଦୀ ବୁହାଇବାକୁ ଯୋଜନା କରିଛି ଆଲକାଏଦା । ଏହି ସଙ୍ଗଠନର ମୂଳଲକ୍ଷ୍ୟ ହେଉଛି ଭାରତରେ ଇସଲାମ ଶାସନ ଲାଗୁ କରିବା ।