ଭାରତରେ ବନ୍ଦ ହୋଇପାରେ ଅନ୍ତରାଷ୍ଟ୍ରୀୟ ଇଂରାଜୀ ସମ୍ବାଦ ଚ୍ୟାନେଲ ଅଲ-ଜଜିରାର ପ୍ରସାରଣ : ଲାଇସେନ୍ସ ପ୍ରତ୍ୟାହାର କଲେ ଗୃହ ମନ୍ତ୍ରଣାଳୟ

32

କତାର ଆଧାରିତ ସମ୍ବାଦ ଚ୍ୟାନେଲ ଅଲ-ଜଜିରାର ପ୍ରସାରଣ ଏବେ ଭାରତରେ ହେବା ମୁସ୍କିଲ । ଜମ୍ମୁ କାଶ୍ମୀର ଉପରେ ଆପତ୍ତିଜନକ ଡକ୍ୟୁମେଣ୍ଟ୍ରିର ପ୍ରସାରଣ କରାଯାଇଥିବା ମାମଲାରେ ଗୃହ ମନ୍ତ୍ରଣାଳୟ ଇଂରାଜୀ ଚ୍ୟାନେଲର ସୁରକ୍ଷା ଲାଇସେନ୍ସକୁ ପ୍ରତ୍ୟାହାର କରିନେଇଛି । ଏହା ପୂର୍ବରୁ ଅଲ-ଜଜିରା ଭାରତର ଭୁଲ ମାନଚିତ୍ର ଦେଖାଇଥିଲା । ଏହା ପ୍ରସାରିତ ହେବା ବା ନହେବାର ଫଇସଲା ଗୃହ ମନ୍ତ୍ରଣାଳୟ ପରେ ଏବେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ କରିବାକୁ ପଡିବ ।

ସରକାରୀ ଅଧିକାରୀଙ୍କ ମୁତାବକ, ଇଂରାଜୀ ଚ୍ୟାନେଲ ସିକ୍ୟୁରିଟି କ୍ଲିଏରେନ୍ସ ଫେରିବା ପାଇଁ ସରକାରକୁ ଅପିଲ କରିଛି । ଏବେ ଏହାର ଚରମ ନିଷ୍ପତ୍ତି ହୋଇପାରିନାହିଁ । ଅନ୍ତିମ ନିର୍ଣ୍ଣୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟଙ୍କ ହାତରେ ଅଛି ।

ସୂଚନା ଅନୁଯାୟୀ, ଅଲ-ଜଜିରା କାଶ୍ମୀର ମାମଲାରେ ଏକ ଡକ୍ୟୁମେଣ୍ଟ୍ରି ପ୍ରସାରଣ କରିଥିଲା । ରାଷ୍ଟ୍ରୀୟ ସୁରକ୍ଷା ହିସାବରେ ଏହାକୁ ଆପତ୍ତି ଜନକ ନିଆଯାଇଛି । ସେଥିପାଇଁ ଗୃହ ମନ୍ତ୍ରଣାଳୟ ସିକ୍ୟୁରିଟି କ୍ଲିଏରେନ୍ସ ପ୍ରତ୍ୟାହାର କରିନେଇଛି ।

ଟିଭି ଚ୍ୟାନେଲଗୁଡ଼ିକୁ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପ୍ରସାରଣ ଲାଇସେନ୍ସ ଦିଆଯାଏ, କିନ୍ତୁ ଗୃହ ମନ୍ତ୍ରାଳୟ ପକ୍ଷରୁ ସେଗୁଡ଼ିକୁ ସୁରକ୍ଷା ପ୍ରମାଣପତ୍ର ଦିଆଯାଇଥାଏ । ଜଣେ ସରକାରୀ ମୁଖପାତ୍ର କହିଛନ୍ତି ଯେ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଗ ଓ ଏହି ନୀତିରେ ହସ୍ତକ୍ଷେପ କୌଣସି ମତେ ବରଦାସ୍ତ କରାଯିବ ନାହିଁ । ଏହି ଲାଇସେନ୍ସ ଅଲ-ଜଜିରାକୁ ଗତ ଡିସେମ୍ବର ୩, ୨୦୧୦ରେ ପ୍ରଦାନ କରାଯାଇଥିଲା ଓ ଗତ ମଇ ୨୯ ୨୦୧୮ରେ ଏହି ଲାଇସେନ୍ସ ପ୍ରତ୍ୟାହାର କରାଯାଇଥିଲା ।